ଦେଶରେ ଦିନକରେ ୯୭,୮୯୪ ନୂଆ ଆକ୍ରାନ୍ତ ଚିହ୍ନଟ, ୧,୧୩୨ ମୃତ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧,୧୮,୨୫୪ କୁ ବୃଦ୍ଧି

148

କନକ ବ୍ୟୁରୋ : ଦେଶରେ ୫୧ ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ସାରା ଦେଶରେ ୯୭ ହଜାର ୮୯୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫୧ ଲକ୍ଷ ୧୮ ହଜାର ୨୫୪କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ୧୦ ଲକ୍ଷ ୯ ହଜାର ୯୭୬ ରହିଛି ଆକ୍ଟିଭ୍ ମାମଲା । ଚିକିତ୍ସା ପରେ ସୁସ୍ଥ ହେଲେଣି ୪୦ ଲକ୍ଷ ୨୫ ହଜାର ୮୦ ଜଣ ।

ଗତ ୨୪ ଘଂଟାରେ ସାରା ଦେଶରେ ୧୧ ଶହ ୩୨ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୮୩ ହଜାର ୧୯୮ କୁ ବୃଦ୍ଧି ହୋଇଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।