ରାଜ୍ୟରେ ୨୪ଘଣ୍ଟାରେ ୪୬ ହଜାର ୭୫୪ ନମୁନା ପରୀକ୍ଷା : ଗଞ୍ଜାମରେ ସର୍ବାଧିକ ୯ହଜାର ୫୧୩, କେନ୍ଦୁଝରରେ ୪୬୧୩, ମୟୂରଭଞ୍ଜରେ ୩୬୯୭ ନମୁନା ପରୀକ୍ଷା

ରାଜ୍ୟରେ ୨୪ଘଣ୍ଟାରେ ୪୬ ହଜାର ୭୫୪ ନମୁନା ପରୀକ୍ଷା : ଗଞ୍ଜାମରେ ସର୍ବାଧିକ ୯ହଜାର ୫୧୩, କେନ୍ଦୁଝରରେ ୪୬୧୩, ମୟୂରଭଞ୍ଜରେ ୩୬୯୭ ନମୁନା ପରୀକ୍ଷା

ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା କରାଯାଉଥିବା ବେଳେ ଗତ ୨୪ ଘଣ୍ଟାରେ କିନ୍ତୁ ଏହା ତଳକୁ ଖସିଆସିଛି। ଗତ ୨୪ ଘଣ୍ଟାରେ ମୋଟ୍ ୪୬ ହଜାର ୭୫୪ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ଆଣ୍ଟିଜେନ୍‌ରେ ୩୯,୩୯୨, ଆରଟିପିସିଆରରେ ୭,୧୪୪ ଓ ଟ୍ରୁନଟ୍‌ରେ ୨୧୮ଟି କରୋନା ନମୁନା ପରୀକ୍ଷା କରାଯାଇଛି । ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୯ହଜାର ୫୧୩, କେନ୍ଦୁଝର ଜିଲ୍ଲାରେ ଦ୍ବିତୀୟ ସର୍ବାଧିକ ୪,୬୧୩ ଓ ମୟୂରଭଞ୍ଜ ଜିଲ୍ଲାରେ ତୃତୀୟ ସର୍ବାଧିକ ୩୬୯୭ଟି କରୋନା ନମୁନା ପରୀକ୍ଷା କରାଯାଇଛି ।

ସୂଚନାଯୋଗ୍ୟ ଗତକାଲି ୫୯,୪୯୨ଟି ନମୁନା ପରୀକ୍ଷା ହୋଇଥିଲା। ଏଥିମଧ୍ୟରୁ ୫୨ ହଜାର ୧୯୫ ଜଣଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଛି । ଅପରପକ୍ଷରେ ୭ ହଜାର ୧୭୨ଟି ଆରଟିପିସିଆର୍ ଓ ୧୨୫ ଜଣଙ୍କର ଟ୍ରୁନଟ୍‌ ଟେଷ୍ଟ ହୋଇଥିଲା। ପୂର୍ବ ଅପେକ୍ଷା ଏବେ କରୋନା ପରୀକ୍ଷା ହାରକୁ ବଢ଼ାଇ ଦିଆଯାଇଛି। କରୋନାକୁ ଚିହ୍ନି, ତାହାର ତୁରନ୍ତ ଚିକିତ୍ସା ପାଇଁ ପରୀକ୍ଷା ହାରକୁ ବଢ଼ାଇଛନ୍ତି ଓଡ଼ିଶା ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe