ଦେଶରେ ୮୧ ହଜାର ୪୮୪ ଆକ୍ରାନ୍ତ ଓ ହଜାରେ ୯୫ ମୃତ୍ୟୁ :  ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୯୯,୭୭୩କୁ ବୃଦ୍ଧି

Advertisment
ଦେଶରେ ୮୧ ହଜାର ୪୮୪ ଆକ୍ରାନ୍ତ ଓ ହଜାରେ ୯୫ ମୃତ୍ୟୁ :  ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୯୯,୭୭୩କୁ ବୃଦ୍ଧି

କନକ ବ୍ୟୁରୋ : ଦେଶରେ ୬୪ ଲକ୍ଷର ନିକଟତର ହେଲାଣି କରୋନା ଆକ୍ରାନ୍ତ ସଂଖ୍ୟା । ସେହିପରି ଏକ ଲକ୍ଷର ପାଖାପାଖି ହେଲାଣି କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ସାରା ଦେଶରେ ୮୧ ହଜାର ୪୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୬୩ ଲକ୍ଷ ୯୪ ହଜାର ୬୯କୁ ବୃଦ୍ଧି ହୋଇଛି । ସେହିପରି ଗତ ୨୪ ଘଂଟାରେ ସାରା ଦେଶରେ ଏକ ହଜାର ୯୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ପରେ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୯୯ ହଜାର ୭୭୩କୁ ବୃଦ୍ଧି ହୋଇଛି ।

ଦେଶରେ ବର୍ତମାନ ଆକ୍ଟିଭ୍ ମାମଲା ସଂଖ୍ୟା ୯ ଲକ୍ଷ ୪୨ ହଜାର ୨୧୭ ରହିଛି । ସୁସ୍ଥ ସଂଖ୍ୟା ୫୩ ଲକ୍ଷ ୫୨ ହଜାର ୭୮କୁ ବୃଦ୍ଧି ହୋଇଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe