କନକ ବ୍ୟୁରୋ : ଦେଶରେ ୬୪ ଲକ୍ଷର ନିକଟତର ହେଲାଣି କରୋନା ଆକ୍ରାନ୍ତ ସଂଖ୍ୟା । ସେହିପରି ଏକ ଲକ୍ଷର ପାଖାପାଖି ହେଲାଣି କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ସାରା ଦେଶରେ ୮୧ ହଜାର ୪୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୬୩ ଲକ୍ଷ ୯୪ ହଜାର ୬୯କୁ ବୃଦ୍ଧି ହୋଇଛି । ସେହିପରି ଗତ ୨୪ ଘଂଟାରେ ସାରା ଦେଶରେ ଏକ ହଜାର ୯୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ପରେ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୯୯ ହଜାର ୭୭୩କୁ ବୃଦ୍ଧି ହୋଇଛି ।
ଦେଶରେ ବର୍ତମାନ ଆକ୍ଟିଭ୍ ମାମଲା ସଂଖ୍ୟା ୯ ଲକ୍ଷ ୪୨ ହଜାର ୨୧୭ ରହିଛି । ସୁସ୍ଥ ସଂଖ୍ୟା ୫୩ ଲକ୍ଷ ୫୨ ହଜାର ୭୮କୁ ବୃଦ୍ଧି ହୋଇଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/2-4.jpg)