କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମ୍ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୫୨୩ ଜଣ ଚିହ୍ନଟ ହୋଇଥିବା ବେଳେ ୩୭୯ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୯୦୬ରେ ପହଞ୍ଚିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୩୯, ବରଗଡ଼ରୁ ୩୭, ଭଦ୍ରକରୁ ୮, ବଲାଙ୍ଗୀରରୁ ୩୭, ବୌଦ୍ଧରୁ ୨୬, କଟକରୁ ୭୦, ଦେବଗଡ଼ରୁ ୨, ଢେଙ୍କାନାଳରୁ ୧୭, ଗଜପତିରୁ ୪, ଗଞ୍ଜାମରୁ ୮, ଜଗତ୍ସିଂହପୁରରୁ ୪୨, ଯାଜପୁରରୁ ୨୫, ଝାରସୁଗୁଡ଼ାରୁ ୨୩, କଳାହାଣ୍ଡିରୁ ୧୬, କନ୍ଧମାଳରୁ ୬, କେନ୍ଦ୍ରାପଡ଼ାରୁ ୩୬, କେନ୍ଦୁଝରରୁ ୫୧, ଖୋର୍ଦ୍ଧାରୁ ୬୮, କୋରାପୁଟରୁ ୧୦, ମାଲାକାନଗିରୁ ୫, ମୟୂରଭଞ୍ଜରୁ ୮୮, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୧୯, ନୂଆପଡ଼ାରୁ ୨୬, ପୁରୀରୁ ୨୦, ରାୟଗଡ଼ାରୁ ୬, ସମ୍ବଲପୁରରୁ ୪୩, ସୋନପୁରରୁ ୭, ସୁନ୍ଦରଗଡ଼ରୁ ୮୫ ଓ ଷ୍ଟେଟ୍ପୁଲ୍ରୁ ୧୩ ଚିହ୍ନଟ ହୋଇଛନ୍ତି । ସେପଟେ କରୋନା ନେଲା ୧୫ ଜୀବନ । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୫୧୦ରେ ପହଞ୍ଚିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/vlcsnap-2020-11-11-00h14m28s144.png)