ରାଜ୍ୟରେ ଆଜି ଆଉ ୩ହଜାର ୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ : ଚିନ୍ତା ବଢାଉଛି ଖୋର୍ଦ୍ଧା ଓ କଟକ

353

କନକ ବ୍ୟୁରୋ : ରାଜ୍ୟରେ ୨ ଲକ୍ଷ ୨୨ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୩ ହଜାର ୬୧୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୧୧୮ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୪୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୦ ଜିଲ୍ଲାରୁ ୩ ହଜାର ୬୧୫ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪ ରେ ପହଂଚିଛି । ଖୋର୍ଧାରୁ ସର୍ବାଧିକ ୬୭୧ ଆକ୍ରାନ୍ତ ରହିଛନ୍ତି । ସେହିପରି କଟକରୁ ୩୭୧, ଅନୁଗୁଳରୁ ୧୮୮, କେନ୍ଦ୍ରାପଡାରୁ ୧୧୯, ମାଲକାନଗିରିରୁ ୧୨୩, ଯାଜପୁରରୁ ୧୪୪, ମୟୂରଭଂଜରୁ ୧୨୩, କଳାହାଣ୍ଡିରୁ ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଝାରସୁଗୁଡାରୁ ୧୦୬, କେନ୍ଦୁଝରରୁ ୧୦୯, ବାଲେଶ୍ୱରରୁ ୯୬, ବରଗଡରୁ ୮୬, ଭଦ୍ରକରୁ ୬୧, ବଲାଙ୍ଗିରରୁ ୮୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତମାନ ଆକ୍ଟିଭ୍ ମାମଲା ସଂଖ୍ୟା ୩୬ ହଜାର ୧୨୨ ରହିଛି । ସୁସ୍ଥ ସଂଖ୍ୟା ୧ ଲକ୍ଷ ୮୫ ହଜାର ୭୦୦ ରହିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି ।