ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଆସିଲା ସାଂଘାତିକ ଖବର : ୟୁପିରେ ହୋଇଛି ସବୁଠାରୁ ଅଧିକ ଆଦର୍ଶ ଆଚରଣ ବିଧି ଉଂଲଘନ, ୩୪ଟି ମାମଲା ରେକର୍ଡ
ଚଳିତ ଲୋକସଭା ଓ କେତେକ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ହେଲେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପୃଷ୍ଠପୋଷକ କର୍ମୀ ଓ ସମର୍ଥକ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୀତି ନିୟମ ଉଂଲଘନ କରିଥିବା ଅଭିଯୋଗ ହୋଇଛି । ଯାହା ଖୋଲା ଖୋଲି ଆଦର୍ଶ ଆଚରଣ ବିଧିର ଉଂଲଘନ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅୁନସାରେ, ଏପ୍ରିଲ ୧୨ ତାରିଖ ସୁଦ୍ଧା ସାରା ଦେଶରେ ୩୨୩ଟି ଆଦର୍ଶ ଆଚରଣ ବିଧି ଉଂଲଘନ ମାମଲା ପଂଜିକୃତ ହୋଇଛି । ଯାହା ମଧ୍ୟରେ ଶୀର୍ଷରେ ରହିଛି ଉତ୍ତର ପ୍ରଦେଶ । ୟୁପିରେ ମୋଟ ୭୪ଟି ମାମଲା ରେକର୍ଡ କରାଯାଇଥିବାବେଳେ କେବଳ ଗୋଟିଏ ମାମଲାରୁ ସମାଧାନ ହୋଇଛି । ଏହା ପଛକୁ ରହିଛି ଜମ୍ମୁ କାଶ୍ମୀର । ସେହିପରି ଓଡିଶାରୁ କେବଳ ଗୋଟିଏ ଆଦର୍ଶ ଆଚରଣ ବିଧି ଉଲଂଘନ ମାମଲା ପଂଜିକୃତ ହୋଇଥିବା ଜଣାପଡିଛି ।