କନକ ବ୍ୟୁରୋ: ଆସିଲା ବାଘ ଗଣନା ରିପୋର୍ଟ । ରାଜ୍ୟରେ ବଢିଲା ବାଘ ସଂଖ୍ୟା । ରିପୋର୍ଟ ଅନୁସାରେ, ଓଡିଶା ଜଙ୍ଗଲରେ ୩୦ ମହାବଳ ବାଘ ଅଛନ୍ତି । କେବଳ ଶିମିଳିପାଳରେ ୨୪ ମହାବଳ ବାଘ ଅଛନ୍ତି । ସେହିଭଳି ୧ ବର୍ଷରୁ କମ୍ ୮ ବାଘ ଛୁଆ ଶିମିଳିପାଳରେ ଅଛନ୍ତି । ବାଘ ଗଣନା ରିପୋର୍ଟ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ବାଘ ଗଣନା ପାଇଁ ୧୪୩୨ଟି ଟ୍ରାପ୍ କ୍ୟାମେରା ବ୍ୟବହାର ହୋଇଥିଲା । ୧୫ ଅକ୍ଟୋବର ୨୦୨୩ରୁ ୧୦ ଫେବୃଆରୀ ୨୦୨୪ ମଧ୍ୟରେ ଏହି ଗଣନା ହୋଇଥିଲା । ୪୭ ଫରେଷ୍ଟ ଡିଭିଜନକୁ ଏହି ବାଘ ଗଣନାରେ ସାମିଲ କରାଯାଇଥିଲା । ମୋଟ ୫୬୭ଟି ଫଟୋ ଉଠାଯାଇ ବିଶ୍ଲେଷଣ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।
ଶିମିଳିପାଳକୁ ଛାଡି କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ଗୋଟିଏ ଲେଖାଁଏ ପୁରୁଷ ମହାବଳ ଅଛନ୍ତି । ମୋଟ ୩୦ ମହାବଳ ମଧ୍ୟରୁ ୧୩ ପୁରୁଷ ମହାବଳ ଓ ୧୪ ବାଘୁଣୀ ଚିହ୍ନଟ ହୋଇଛନ୍ତି । ଶିମିଳପାଳରେ ଆଉ ୩ଟି ମହାବଳ ଚିହ୍ନଟ ହୋଇଥିଲେ ବି ଏହା କ୍ୟାମେରା ଟ୍ରାପରେ ଜଣାପଡିନାହିଁ । ରିପୋର୍ଟ ଅନୁସାରେ, ଶିମିଳିପାଳ ଅଭୟାରଣ୍ୟରେ ରାଜ୍ୟର ସବୁଠାରୁ ଅଧିକ ବାଘ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/02/2-46.jpg)