କନକ ବ୍ୟୁରୋ : ଜଙ୍ଗଲ ବ୍ୟାପକ ଭାବେ ନଷ୍ଟ ହେଉଥିବା ବେଳେ ଜଙ୍ଗଲୀ ଜୀବ ଏବେ ସହର ମୁହାଁ । ଆବଶ୍ୟକୀୟ ଖାଦ୍ୟ ନପାଇ ସେମାନେ ଜନବସତି ଆଡକୁ ମାଡି ଆସୁଛନ୍ତି । ଦୁଇ ଦିନ ତଳେ ଖୋର୍ଦ୍ଧା ସହର ଭିତରକୁ ହାତୀ ପଶି ଆସିଥିବା ବେଳେ ଜଟଣୀ ସହରରୁ କ୍ଷତାକ୍ତ ହରିଣ ଉଦ୍ଧାର ହୋଇଥିଲା ।
ଏବେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଗୋଡା ଓ କାଇପଦର ଅଂଚଳକୁ ଆସିଛନ୍ତି ୨୮ଟି ହାତୀଙ୍କ ପଲ । ଫଳରେ ସ୍ଥାନୀୟ ଅଂଚଳରେ ଲୋକ ଆତଙ୍କିତ ହୋଇ ପଡିଛନ୍ତି । ହାତୀ ପଲ ଚାଷ ନଷ୍ଟ କରୁଥିବାରୁ ସେମାନଙ୍କୁ ଘଉଡାଇବାକୁ ଲୋକେ ଉଦ୍ୟମ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/11-7.jpg)