ଦେଶରେ ୨୪ ଘଂଟା ହଜାରେ ୨୩ ମୃତ : କରୋନା ମୃତ୍ୟୁସଂଖ୍ୟା ୬୦ ହଜାର ୪୭୨କୁ ବୃଦ୍ଧି; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୩୩ ଲକ୍ଷ

Advertisment
ଦେଶରେ ୨୪ ଘଂଟା ହଜାରେ ୨୩ ମୃତ : କରୋନା ମୃତ୍ୟୁସଂଖ୍ୟା ୬୦ ହଜାର ୪୭୨କୁ ବୃଦ୍ଧି; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୩୩ ଲକ୍ଷ

କନକ ବ୍ୟୁରୋ : ଉପରମୁହାଁ ହେଉଛି କରୋନାଗ୍ରାଫ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ଟପିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୭୫ ହଜାର ୭ ଶହ ୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ହଜାରେ ୨୩ ଜଣ ପ୍ରାଣ ହରାଇଛନ୍ତି । ଏହା ସହ ଦେଶରେ ମୃତ୍ୟୁସଂଖ୍ୟା ୬୦ ହଜାର ପାର କରିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୫ ଲକ୍ଷ ୨୩ ହଜାର ସୁସ୍ଥ ହୋଇଥିବାବେଳେ ଆକ୍ଟିଭ ମାମଲା ରହିଛି ୭ ଲକ୍ଷ ୨୫ ହଜାର ୯୯୧ । ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଛି ।

୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୭୫,୭୬୦ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୫୯୯୧ ରହିଛି। ୨୪ ଘଣ୍ଟାରେ ୧,୦୨୩ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ତେବେ ଗତକାଲି ଅପେକ୍ଷା ଆଜି ମୃତ୍ୟୁ ସଂଖ୍ୟା କମ ରହିଛି। ଗତକାଲି ୨୪ଘଣ୍ଟାରେ ୧,୦୫୯ ଆକ୍ରାନ୍ତ ପ୍ରାଣ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe