ବିଶ୍ୱର ୯ଟି ଦେଶରେ ଡେଲଟା ପ୍ଲସ ଭାରିଏଣ୍ଟ ଚିହ୍ନଟ । ଭାରତରେ ୨୨ ଜଣ ଡେଲଟା ପ୍ଲସ ଆକ୍ରାନ୍ତ

408

କନକ ବ୍ୟୁରୋ: ଦେଶରେ ବୃଦ୍ଧି ପାଉଛି କରୋନାର ନୂୂଆ ପ୍ରଜାତି ଡେଲଟା ପ୍ଲସ ମ୍ୟୁଟାଂଟ ଭାରିଆଂଟ ଭୂତାଣୁ ସଂକ୍ରମଣ । ୨୨ କେସରୁ ୧୬ କେସ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି । ମୁମ୍ବାଇ, ପାଲଘର, ରତ୍ନଗିରିରୁ ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେରଳ ଓ ମଧ୍ୟପ୍ରଦେଶରେ ଏହି ନୂଆ ଭାରିଆଂଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବିଶ୍ୱରେ ୮୦ଟି ଦେଶରେ ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଛି । ଏହାସହ ୯ଟି ଦେଶରେ ଡେଲଟା ପ୍ଲସ ଭାରିଏଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଗୁଡିକ ହେଲା ଆମେରିକା, ଇଂଲଣ୍ଡ, ପର୍ତ୍ତୁଗାଲ, ସ୍ୱିଜରଲାଣ୍ଡ, ଜାପାନ, ପୋଲାଣ୍ଡ, ଚାଇନା, ଋଷ ଓ ଭାରତ ।

ଦ୍ରୁତ ସଂକ୍ରମିତ ହେଉଥିବା ଡେଲଟା ପ୍ରଜାତିର ଭୂତାଣୁ ବି ୧.୬୧୭.୨ ରୂପ ବଦଳାଇ ଡେଲଟା ପ୍ଲସ ବା ଏଓୱାଇ -୧ ପ୍ରଜାତି ସୃଷ୍ଟି ହୋଇଛି । ଏହି ନୂଆ ପ୍ରଜାତି ଭୂତାଣୁ ସଂକ୍ରମଣର ବେଗ, ଗୁଣ ଓ ଲକ୍ଷଣ ଉପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନଜର ରଖିଛନ୍ତି । ଗତ ମାର୍ଚ୍ଚ ମାସରେ ଏହି ପ୍ରଜାତିର ଭୂତାଣୁ ୟୁରୋପରେ ଦେଖାଦେଇଥିଲା ।