ଦେଶରେ ୨୫ ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା । ଦିନକରେ ୬୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ : ସେପଟେ ୯୯୬ ନୂଆ ମୃତକଙ୍କ ସହିତ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୪୯ ହଜାର 

109

କନକ ବ୍ୟୁରୋ : ଦେଶରେ ୨୫ ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା । ଗତ ଗତ ୨୪ ଘଂଟାରେ ସାରା ଦେଶରେ ୬୫ ହଜାର ନୂଆ ଆକ୍ରାନ୍ଚ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୫ ଲକ୍ଷ ୨୬ ହଜାର ୧୯୩ରେ ପହଂଚିଛି । ୨୪ ଘଂଟାରେ ୯୯୬ ଜଣଙ୍କ ମୃତ୍ୟୁ ହୋଇଛି ।

ଏହାକୁ ମିଶାଇ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୯ ହଜାର ୩୬ କୁ ବୃଦ୍ଧି ହୋଇଛି । ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୬ ଲକ୍ଷ ୬୮ ହଜାର ୨୨୦ ଜଣ ଆକ୍ଟିଭ୍ ମାମଲା ରହିଛନ୍ତି । ୧୮ ଲକ୍ଷ ୮ ହଜାର ୯୩୭ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।