ରାଜ୍ୟରେ ୧୫୪୭ ନୂଆ ଆକ୍ରାନ୍ତ ଚିହ୍ନଟ, ୧୧ ମୃତ : ସଙ୍ଗରୋଧରୁ ୮୯୧ ଓ ସ୍ଥାନୀୟ ଅଞ୍ଚଳରୁ ୬୫୬ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୮,୬୪୬କୁ ବୃଦ୍ଧି

Advertisment
ରାଜ୍ୟରେ ୧୫୪୭ ନୂଆ ଆକ୍ରାନ୍ତ ଚିହ୍ନଟ, ୧୧ ମୃତ : ସଙ୍ଗରୋଧରୁ ୮୯୧ ଓ ସ୍ଥାନୀୟ ଅଞ୍ଚଳରୁ ୬୫୬ ;  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୮,୬୪୬କୁ ବୃଦ୍ଧି

କନକ ବ୍ୟୁରୋ : ଆଜି ରାଜ୍ୟରେ ୧୫୪୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୮୯୧ ଓ ସ୍ଥାନୀୟ ଅଞ୍ଚଳରୁ ୬୫୬ ଆକ୍ରାନ୍ତ ଅଛନ୍ତି । କରୋନାରେ ପୁଣି ୧୧ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦୮, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୮ହଜାର ୬୪୬କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୩୪, ଗଞ୍ଜାମ ଜିଲ୍ଲାରୁ୨୪, ବଲାଙ୍ଗୀର ଜିଲ୍ଲାରୁ ୭୯, ବାଲେଶ୍ବର ଜିଲ୍ଲାରୁ ୭୯, କୋରାପୁଟ ଜିଲ୍ଲାରୁ ୩୭, ଭଦ୍ରକରୁ ୪୩, ରାୟଗଡ଼ା ଜିଲ୍ଲାରୁ ୯, ପୁରୀ ଜିଲ୍ଲାରୁ ୫୯, ସୁନ୍ଦରଗଡ଼ ଜିଲ୍ଲାରୁ ୫୮, ଜଗତସିଂହପୁର ଜିଲ୍ଲାରୁ ୮୯, ସମ୍ବଲପୁର ଜିଲ୍ଲାରୁ ୨୩, କଳାହାଣ୍ଡି ଜିଲ୍ଲାରୁ ୩୭, ଯାଜପୁର ଜିଲ୍ଲାରୁ ୭୦, କନ୍ଧମାଳ ଜିଲ୍ଲାରୁ ୨୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୧, ମାଲକାନଗିରି ଜିଲ୍ଲାରୁ ୧୭, ଗଜପତି ଜିଲ୍ଲାରୁ ୮, ମୟୂରଭଞ୍ଜ ଜିଲ୍ଲାରୁ ୮୮ ଚିହ୍ନଟ ।

ସେହିପରି ଝାରସୁଗୁଡ଼ା ଜିଲ୍ଲାରୁ ୩୭, ଢେଙ୍କାନାଳ ଜିଲ୍ଲାରୁ ୪୦, ନବରଙ୍ଗପୁର ଜିଲ୍ଲାରୁ ୩୦, କେନ୍ଦୁଝର ଜିଲ୍ଲାରୁ ୭୧, ସୁବର୍ଣ୍ଣପୁର ଜିଲ୍ଲାରୁ ୨୨, ଅନୁଗୁଳ ଜିଲ୍ଲାରୁ ୯୫, ବରଗଡ଼ ଜିଲ୍ଲାରୁ ୩୫, ନୂଆପଡ଼ା ଜିଲ୍ଲାରୁ ୫୯, ଦେବଗଡ଼ରୁ ୧୭ ଓ ବୌଦ୍ଧ ଜିଲ୍ଲାରୁ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୩୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ରାଜ୍ୟରେ ମୋଟ୍ ୨,୭୨,୦୩୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୨୪୭ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe