ରାଜ୍ୟରେ ୧୪୭୪ ନୂଆ ପଜିଟିଭ ଚିହ୍ନଟ : ସଙ୍ଗରୋଧରୁ ୮୫୫ ଓ ସ୍ଥାନୀୟ ଅଞ୍ଚଳରୁ ୬୧୯; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୫,୮୮୯କୁ ବୃଦ୍ଧି

152

କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଂଟା ଭିତରେ ରାଜ୍ୟରେ ୧୪ଶହ ୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮ଶହ ୫୫ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬ଶହ ୧୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଅନୁଗୁଳରୁ ୭୬, ବାଲେଶ୍ୱରରୁ ୭୮, ବରଗଡରୁ଼ ୬୮, ଭଦ୍ରକରୁ ୧୯, ବଲାଙ୍ଗିରରୁ ୮୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧରୁ ୫, କଟକରୁ ୧୨୦, ଦେବଗଡ଼ରୁ ୭, ଢେଙ୍କାନାଳରୁ ୧୮, ଗଜପତି, ୫, ଗଂଜାମରୁ ୩୩, ଜଗତସିଂହପୁରରୁ ୬୭, ଯାଜପୁରରୁ ୩୯, ଝାରସୁଗୁଡ଼ାରୁ ୩୯, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୫୬, କେନ୍ଦୁଝରରୁ ୬୯, ଖୋର୍ଦ୍ଧାରୁ ୧୭୫, କୋରାପୁଟରୁ ୨୩, ମାଲକାନାଗିରିରୁ ୨୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ମୟୁରୁଭଂଜରୁ ୫୨, ନବରଙ୍ଗପୁରରୁ ୩୦,ନୟାଗଡ଼ରୁ ୨୦, ନୂଆପଡ଼ାରୁ ୪୬, ପୁରୀରୁ ୭୩, ରାୟଗଡ଼ାରୁ ୭, ସମ୍ବଲପୁରରୁ ୩୭, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୧୦୪ ଏବଂ ଷ୍ଟେଟ ପୁଲରୁ ୩୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୫ହଜାର ୮ଶହ ୮୯କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୨ଲକ୍ଷ ୮୦ ହଜାର ୫ଶହ ୫୩ ଜଣ ସୁସ୍ଥ ହୋଇଥିବା ବେଳେ ୨୮ହଜାର ୧୩ହଜାର ୯ଶହ ୧୯ଟି ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିପରି କରୋନା କାରଣରୁ ୨୪ ଘଂଟା ଭିତରେ ୧୨ଜଣଙ୍କର ମୃତ୍ୟୁ ହୋଇଛି ।