ଦେଶରେ ଦିନକରେ ୧୨ ହଜାର ଆକ୍ରାନ୍ତ, ୩୨୪ ମୃତ । ହେଲେ ଆରୋଗ୍ୟ ହାର ଟପିଲା ୫୦ ପ୍ରତିଶତ : ବିଶେଷଜ୍ଞ କହିଲେ, ନଭେମ୍ବର ମଧ୍ୟଭାଗରେ ଶୀର୍ଷରେ ପହଁଚିବ କରୋନା

Advertisment
ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ : ଦିନକରେ ୨,୬୩,୫୩୩ ନୂଆ ଆକ୍ରାନ୍ତ, ୪,୩୨୯ ମୃତ

କନକ ବ୍ୟୁରୋ : ନଭେମ୍ବର ମଧ୍ୟଭାଗରେ କରୋନା ଶୀର୍ଷରେ ପହଁଚିବ । ୮ ସପ୍ତାହର ଲକଡାଉନ୍ ସାଙ୍ଗକୁ ସ୍ୱାସ୍ଥ୍ୟକ୍ଷେତ୍ରରେ ଯେଉଁ ପଦକ୍ଷେପ ନିଆଯାଇଛି ସେଥିପାଇଁ କୋଭିଡ୍-୧୯ ମହାମାରୀ ଦେଶରେ ବିଳମ୍ବରେ ଶୀର୍ଷରେ ପହଁଚିବ । ନଭେମ୍ବର ମଧ୍ୟଭାଗରେ କରୋନା ଶୀର୍ଷରେ ପହଁଚିବ ଏବଂ ଏହି ସମୟରେ ଆଇସିୟୁ ବେଡ୍ ଓ ଭେଂଟିଲେଟରର ଅଭାବ ଦେଖାଦେବ । ଆଇସିଏମଆର ଦ୍ୱାରା ଗଠିତ ଏକ ଅପରେସନ ରିସର୍ଚ୍ଚ ଗ୍ରୁପର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି । ପ୍ରାୟ ୩୬ରୁ ୭୬ ଦିନ ବିଳମ୍ବରେ କରୋନା ଶୀର୍ଷରେ ପହଁଚିବ । କିନ୍ତୁ ଏହାଦ୍ୱାରା ସଂକ୍ରମଣ ପ୍ରାୟ ୬୯ରୁ ୯୭ ପ୍ରତିଶତ କମିଯିବ ବୋଲି ବିଶେଷଜ୍ଞ ମାନେ କହୁଛନ୍ତି । ସ୍ୱାସ୍ଥ୍ୟସେବା ନେଇ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆବଶ୍ୟକତା ପୂରଣ କରିବ ।

ଏହାପରେ ଦେଶରେ ଆଇସୋଲେସନ ବେଡ୍ ଏବଂ ଭେଂଟିଲେଟରର ଅଭାବ ଦେଖାଦେବ ବୋଲି ବିଶେଷଜ୍ଞଙ୍କ ଅଧ୍ୟୟନ କହୁଛି । ଏହାରି ଭିତରେ ଦେଶରେ ଗୋଟିଏ ଦିନରେ ରେକର୍ଡ ୧୨ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ଟପିଯାଇଛି । ତେବେ ଆଶ୍ୱସ୍ତିର ଖବର ହେଉଛି ଯେ, ଆରୋଗ୍ୟ ହାର ୫୦ ପ୍ରତିଶତ ଟପିଯାଇଛି । ୨୪ ଘଂଟା ମଧ୍ୟରେ ୮ ହଜାର ୪୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe