କନକ ବ୍ୟୁରୋ: ସୀମା ହାଇଦର ଓ ସଚ୍ଚିନ ମୀଣାଙ୍କ ଲଭ୍ ଷ୍ଟୋରୀ ଉପରେ ଆଧାରିତ ଫିଲ୍ମ ‘କରାଚି ଟୁ ନୋଏଡା’ର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଏହାସହ ଫିଲ୍ମର ଟାଇଟଲ ସଙ୍ଗ ମଧ୍ୟ ରିଲିଜ ହୋଇଛି । ଏହାକୁ ପ୍ରଡ୍ୟୁସର ଅମିତ ଜାନି ବନାଇଛନ୍ତି । ଜାନି ଫାୟାରବକ୍ସ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ସୀମାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଫରହିନ୍ ଫଲକ । ରବିବାର ଏହାର ଥିମ୍ ସଙ୍ଗ ରିଲିଜ୍ ହୋଇଛି ।

‘ କରାଚି ଟୁ ନୋଏଡା’ ଫିଲ୍ମର ଥୀମ୍ ସଙ୍ଗ ହେଉଛି  ‘ଚଲ ପଡେ ହେଁ ହମ୍’ । ଏହାକୁ ୫୦୦ରୁ ଅଧିକ ମ୍ୟୁଜିକ୍ ପ୍ଲାଟଫର୍ମରେ ଲଞ୍ଚ କରାଯାଇଛି । ଫିଲ୍ମରେ ଅଭିନୟ ପାଇଁ ଅଡସନକୁ ୫୦ରୁ ଅଧିକ ଅଭିନେତ୍ରୀ, ମଡେଲ ଆସିଥିଲେ । ସେମାନଙ୍କ ମଧ୍ୟରୁ ଫରହିନ୍ ଫଲକଙ୍କୁ ବଛାଯାଇଥିଲା । ସୋସିଆଲ ମିଡିଆରେ ଫରହିନଙ୍କ ଲୁକ୍ ଦେଖି ନେଟିଜେନ୍ସି ଅଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ବିଲକୁଲ ସୀମାଙ୍କ ପରି ଦେଖିବାକୁ ଫରହିନ୍ ।ସବୁଠାରୁ ଅଶ୍ଚର୍ଯ୍ୟକର କଥା ହେଉଛି ଫରହିନଙ୍କ କଣ୍ଠସ୍ୱର ବି ସୀମାଙ୍କ ସହ ମିଶିଯାଉଛି ।