କନକ ବ୍ୟୁରୋ : ୨୦୧୭ ମସିହାରୁ ବାମରା ବ୍ଲକରେ ଆରମ୍ଭ ହୋଇଛି ଆଦର୍ଶ ବିଦ୍ୟାଳୟ । ଗୁଣାତ୍ମକ ଶିକ୍ଷା ପାଇବା ଆଶାରେ ୩୩୪ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି । ହେଲେ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଗୋଟିଏ ହଷ୍ଟେଲ ଥିବାରୁ ସବୁ ପିଲା ବିଦ୍ୟାଳୟରେ ରହିପାରୁନାହାନ୍ତି । ଶହଶହ ପିଲା ସବୁ ଦିନ ନିଜ ନିଜ ବ୍ୟବସ୍ଥାରେ ଯା’ଆସ କରିବାକୁ ବାଧ୍ୟ ହେଉଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ବାମରା ପାଖ ଅଂଚଳର ପିଲାମାନେ ସାଇକେଲରେ ବିଦ୍ୟାଳୟ ଆସୁଥିବା ବେଳେ ଗଡପୋଷ, କେଶାଇବାହାଲର ଛାତ୍ରଛାତ୍ରୀ ଗମନାଗମନରେ ବହୁ ଅସୁବିଧା ଭୋଗୁଛନ୍ତି । ପ୍ରତିଦିନ ୨୫ରୁ ୩୦ କିମି ରାସ୍ତା ଟ୍ରେନ, ଅଟୋ, ଲିଫ୍ଟ, କିମ୍ବା ଅନ୍ୟ ସୁବିଧାରେ ଯିବା ଆସିବା କରୁଛନ୍ତି । ଜିଲ୍ଲାର ଅନ୍ୟ ଆଦର୍ଶ ବିଦ୍ୟାଳୟରେ ସରକାର ବସ ସେବା ଯୋଗାଇ ଦେଇଥିବା ବେଳେ ବାମରା ବିଦ୍ୟାଳୟ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ସଂପର୍କରେ ବିଦ୍ୟାଳୟ କର୍ତୃପକ୍ଷ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିବା ପାଇଁ ମନା କରି ଦେଇଛନ୍ତି ।