କନକ ବ୍ୟୁରୋ : ଅଫିସ ଖୋଲା ଅଛି, ହେଲେ ଅଫିସର ନାହାନ୍ତି । ଫାଙ୍କା ପଡୁଛି ସରକାରୀ କାର୍ଯ୍ୟାଳୟ । ସରକାରୀ ଅଧିକାରୀମାନେ ସଭା ସମିତିରେ ବ୍ୟସ୍ତି ଥିବା ବେଳେ ଅଫିସରେ ଫାଙ୍କା ପଡୁଛି ଚଉକି । ଆଉ ବିଭିନ୍ନ କାମ ପାଇଁ ଆସୁଥିବା ଲୋକ ନିରାସ ହୋଇ ଫେରୁଛନ୍ତି । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଗୋପ ତହସିଲରୁ । ବିଭିନ୍ନ ସରକାର କାର୍ଯ୍ୟରେ ଗୋପ ତହସିଲକୁ ଆସିଥିଲେ ଏକାଧିକ ଲୋକ । ଲୋକମାନେ ଆସି ତହସିଲରେ ପହଂଚିବା ବେଳେକୁ ଅଫିସ ଖୋଲା ଥିଲା, ହେଲେ ଅଫିସରେ କେହି ନଥିଲେ, ଲୋକମାନେ ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଅପେକ୍ଷା କରି ନିରାଶରେ ଫେରିଥିବା ଜଣାପଡିଛି । ବେଗୁନିଆ ଗାଁର ସାମୁହିକ ରାସ୍ତା ସମସ୍ୟାକୁ ନେଇ ଆଜି ଗାଁର ଶତାଧିକ ତହସିଲ ଅଫିସକୁ ଆସିଥିଲେ । ହେଲେ ସରକାରୀ ବାବୁଙ୍କୁ ନପାଇ ନିଜ ସମସ୍ୟା ନଜଣାଇ ଫେରି ଯାଇଛନ୍ତି । ଅନ୍ୟପଟେ ଗୋପ ତହସିଲ କାର୍ଯ୍ୟାଳୟର ଅଧିକାଂଶ କର୍ମଚାରୀ ଅନୁପସ୍ଥିତ ରହୁଥିବା କଥାକୁ ସ୍ୱୀକାର କରିଛନ୍ତି ଖୋଦ୍ ତହସିଲଦାର ରଂଜନ କୁମାର ପରିଡା । କର୍ମଚାରୀମାନେ ବିଭିନ୍ନ ସଭା ସମିତିରେ ଯୋଗ ଦେଇଥିବାରୁ ତହସିଲ କାର୍ଯ୍ୟାଳୟ ସଂପୂର୍ଣ୍ଣ ଅଚଳ ହୋଇପଡୁଛି ।
ସରକାରୀ ଅଫିସ ଖୋଲା, ଅଫିସର ଖାଲି । ସକାଳ ୧୦ଟାରୁ ୨ଟା ଯାଏଁ ଅପେକ୍ଷା କରି ନିରାସରେ ଫେରିଲେ ବେଗୁନିଆ ଗ୍ରାମବାସୀ
/kanak/media/post_attachments/wp-content/uploads/2023/12/15-9.jpg)