କନକ ବ୍ୟୁରୋ : ପରିତ୍ୟକ୍ତ, ଭଙ୍ଗା ଦଦରା ଘର । ଗଛଲତାରେ ଭର୍ତି ହୋଇଯାଇଛି ପୁରା ପରିବେଶ । ଗେଟ୍ ପାଖରୁ ଆରମ୍ଭ କରି କୁନି କୁନି ପିଲା ବସୁଥିବା ସ୍ଥାନ, ସବୁଠି ପ୍ରତି ମୁହୂର୍ତ୍ତରେ ବିପଦର ଆଶଙ୍କା । କାନ୍ଥ ଫାଟି ଆଁ କରିଛି । ବିଦ୍ୟୁତ୍ ତାର ଚାରିଆଡେ ଝୁଲିଛି । କେନ୍ଦ୍ରାପଡା ମହାକାଳପଡା ବ୍ଲକ ମାଣିତିରି ଅଙ୍ଗନବାଡିର ଚିତ୍ର । । ୨୦୧୦ ମସିହାରୁ ଏମିତି ବିପଦସଂକୁଳ ସ୍ଥାନରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର ।

Advertisment

ଜଙ୍ଗଲ ଭଳି ଦେଖାଯାଉଥିବା ସ୍ଥାନରେ ଥିଲା ମାଣିତିରି ସରକାରୀ ପ୍ରାଥମିକ ବିଦ୍ୟାଳୟ । ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମିବାରୁ ବିଦ୍ୟାଳୟଟି ଅନ୍ୟ ବିଦ୍ୟାଳୟ ସହ ମିଶି ଯିବା ପରେ ଏଠାକୁ ଆସୁନାହାନ୍ତି ସ୍କୁଲ ପିଲା । ଫଳର କୋଠାଟି ଭୂତକୋଠି ପାଲଟିଥିବା ବେଳେ ଅଙ୍ଗନବାଡିର କୁନି କୁନି ପିଲା ମଶା ମାଛିଙ୍କ ଭିତରେ ବସି ପାଠ ପଢିବା ସହ ରନ୍ଧା ଖାଦ୍ୟ ଖାଉଛନ୍ତି ।

ପରିତ୍ୟକ୍ତ ବିଦ୍ୟାଳୟରେ ଚାଲିଥିବା ଅଙ୍ଗନବାଡି କେନ୍ଦ୍ରର ସମସ୍ୟା ଉପରେ ଦୃଷ୍ଟି ଦେଇ ନିଜସ୍ୱ ଘରଟିଏ ତିଆରି କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।