ପୁରୀ ଜିଲ୍ଲା ହସ୍ପିଟାଲରେ ନାହିଁ ବର୍ଣ୍ଣ ୱାର୍ଡ । ଅଘଟଣ ପରେ ଖୋଲିଲା ଗୁମର, ବିଜେପିର କଟାକ୍ଷ

92

କନକ ବ୍ୟୁରୋ : ବୁଧବାର ପୁରୀର ନରେନ୍ଦ୍ର ପୁଷ୍କରଣୀରେ ମହାପ୍ରଭୁଙ୍କ ଚାପଖେଳର ଶେଷ ଦିନ ଉଭଁରୀ ଥିଲା । ଭକ୍ତ ଯେତିକି ଭାବବିହ୍ୱଳ ଥିଲେ, ପରିବେଶ ବି ସେତିକି ଭକ୍ତିମୟ ଥିଲା । ଲୋକେ ଖୁସିରେ ବାଣ ଫୁଟାଉଥିଲେ । କିନ୍ତୁ ହଠାତ୍ ବାଣ ଫୁଟି ନିଆଁ ବାଣଗଦା ରଖିଥିବା ସ୍ଥାନରେ ପଡିଥିଲା । ଆଉ ଏହି ନିଆଁ ସେଠାରେ ଥିବା ପିଲା ଓ ଲୋକଙ୍କ ଉପରେ ଆସି ପଡିଥିଲା । କୁହାଯାଉଛି, ବାଣ ଫୁଟାଇବା ପାଇଁ ପ୍ରାୟ ୫ ଲକ୍ଷ ଟଙ୍କାର ବାଣ ଅଣାଯାଇଥିଲା । ପ୍ରଶ୍ନ ଉଠୁଛି,
-୫ ଲକ୍ଷ ବାଣର ଆବଶ୍ୟକତା କଣ ଥିଲା?
-ଏତେ ଟଙ୍କାର ବାଣ କିଏ ଆଣିଥିଲା?
ବାଣ ଫୁଟାଇବାକୁ ଅନୁମତି ଦେଇଥିଲା କିଏ?
ଗୁଇନ୍ଦା ବିଭାଗ ଓ ପୁଲିସ ନଜରରେ ବାଣ ଫୁଟାଇବା ସ୍ଥାନ ରହିଥିଲା କି?
ସାଧାରଣତଃ ବାଣ ଫୁଟାଯିବା ସ୍ଥାନରେ ବାଣ ଗଚ୍ଛିତ ରଖାଯାଏନାହିଁ
ବାଣ ଫୁଟାଇବା ସ୍ଥାନରେ ବାଣ କିଭିଳି ରଖାଯାଇଥିଲା?
ବାଣ ଫୁଟା ସ୍ଥାନରେ ଲୋକ ଓ ଛୋଟପିଲା ଗହଳି ହୋଇଥିଲେ କିଭଳି?
ବାଇଟ-ହେକ୍ଟର ମିଶ୍ର,ପୁରୀ ବାସିନ୍ଦା

ସବୁଠାରୁ ବଡ କଥା ହେଲା, କଟକ ଏସସିବି ଓ ବୁର୍ଲା ବଡ ମେଡିକାଲକୁ ଛାଡିଦେଲେ ରାଜ୍ୟର ଅନ୍ୟ କୌଣସି ସରକାରୀ ଡାକ୍ତରଖାନାରେ ବର୍ଣ୍ଣ ୟୁନିଟ ନାହିଁ । ପୁରୀ ଭଳି ବିଶ୍ୱସ୍ତରୀୟ ସହରର ମୁଖ୍ୟ ମେଡିକାଲରେ ବି ବର୍ଣ୍ଣ ୟୁନିଟ ନାହିଁ । ଫଳରେ ବୁଧବାରର ବାଣ ବିସ୍ଫୋରଣରେ ଆହତଙ୍କୁ ଆବଶ୍ୟକ ଚିକିତ୍ସା ମିଳିପାରିନଥିଲା । ଆଉ ଆହତଙ୍କୁ ଆମ୍ବୁଲାନ୍ସରେ ଭୁବନେଶ୍ୱର ଓ କଟକ ଅଣାଯିବା ବେଳେ ସ୍ୱାସ୍ଥ୍ୟବସ୍ଥା ବିଗାଡିଥିଲା ।

-କେବଳ ଏସସିବି ଓ ବୁର୍ଲା ବଡ ମେଡିକଲାରେ ବର୍ଣ୍ଣ ୟୁନିଟ୍
-ବ୍ରହ୍ମପୁର ବଡ ମେଡିକାଲରେ ବି ବର୍ଣ୍ଣ ୟୁନିଟ ନାହିଁ
-ବାଲେଶ୍ୱର, କୋରାପୁଟ, ନୟାଗଡ, କେନ୍ଦ୍ରାପଡା, ଭଦ୍ରକରେ ବର୍ଣ୍ଣ ୟନିଟ୍
-କିନ୍ତୁ ଅଧିକାଂଶ ସ୍ଥାନରେ ଭିତ୍ତିଭୂମି ଓ ଡାକ୍ତରର ଅଭାବ ରହିଛି
ବାଇଟ-ଡାକ୍ତର ପ୍ରଶାନ୍ତ ମିଶ୍ର, ବିଜେପି ନେତା
କୁହାଯାଉଛି, ଆହତଙ୍କ ମଧ୍ୟରୁ ଅନେକଙ୍କ ଶରୀରର ଅଧିକାଂଶ ଭାଗ ପୋଡିଯାଇଛି । ପ୍ରଶ୍ନ ଉଠିଛି, ଏତେ ବଡ ଘଟଣା ପାଇଁ ଦାୟୀ କିଏ ?