ପ୍ରଥମଥର ବିଶ୍ୱକପ୍ ଟ୍ରଫି ଦେଖି ବିଳିବିଳାଇଲେ ବାଂଲା ଖେଳାଳି । ଚାମ୍ପିୟନ ହେବାପରେ ପଡ଼ିଆରେ ଭାରତୀୟ ଖେଳାଳିଙ୍କୁ କଲେ ଅସମ୍ମାନ, ପରେ କ୍ଷମା ମାଗିଲେ ବାଂଲା କ୍ୟାପଟେନ୍ ।

Advertisment
ପ୍ରଥମଥର ବିଶ୍ୱକପ୍ ଟ୍ରଫି ଦେଖି ବିଳିବିଳାଇଲେ ବାଂଲା ଖେଳାଳି । ଚାମ୍ପିୟନ ହେବାପରେ ପଡ଼ିଆରେ ଭାରତୀୟ ଖେଳାଳିଙ୍କୁ କଲେ ଅସମ୍ମାନ, ପରେ କ୍ଷମା ମାଗିଲେ ବାଂଲା କ୍ୟାପଟେନ୍ ।

କନକ ବ୍ୟୁରୋ: ଡିଫେଣ୍ଡିଂ ଚାମ୍ପିଅନ୍ ଭାରତକୁ ୩ ୱିକେଟରେ ପରାସ୍ତ କରି ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପ୍ ଚାମ୍ପିଅନ ହୋଇଛି ବାଂଲାଦେଶ । ବାଂଲାଦେଶର ଏହା ପ୍ରଥମ ଥର ପାଇଁ କୌଣସି ବି ଫର୍ମାଟରେ ବିଶ୍ୱକପ୍ ବିଜୟ । ହେଲେ ବିଜୟୀ ହେବା ପରେ ବାଂଲା ଦଳର ଖେଳାଳିମାନେ ପଡିଆରେ ଯେମିତି ଉଗ୍ର ଉତ୍ସବ ମନାଇଛନ୍ତି ଓ ଭାରତୀୟ ଦଳକୁ ଅସମ୍ମାନିତ କରିଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ ।

କ୍ରିକେଟ, ଭଦ୍ରଲୋକଙ୍କ ଖେଳ ହୋଇଥିବା ବେଳେ କ୍ରୀଡ଼ା ଜୀବନର ଆଦ୍ୟ ଭାଗରେ ଥିବା ଏ ତରୁଣ ପ୍ରତିଭାମାନଙ୍କ ବ୍ୟବହାର ଖୁବ୍ ଅତିଷ୍ଠ ଥିଲା । ସେମାନେ ପଡିଆରେ ଭାରତୀୟ ଖେଳାଳିଙ୍କୁ ଠେଲାପେଲା କରିବାକୁ ବି ପଛେଇନାହାଁନ୍ତି । ବିଜୟ ଖୁସି ମନାଉଥିବା ବେଳେ ବାଂଲାଦେଶ ଖେଳାଳିଙ୍କ ଶାରିରୀକ ଭାଷା ଖୁବ୍ ଖରାପ ଥିଲା ବୋଲି ଭାରତୀୟ ଯୁବ ଦଳର ଅଧିନାୟକ ପ୍ରୀୟମ୍ ଗର୍ଗ ମଧ୍ୟ ଅଭିଯୋଗ ଆଣିଛନ୍ତି ।

ସେପଟେ ମ୍ୟାଚ୍ ପରେ ପୁରସ୍କାର ଦିଆଯିବା ବେଳେ ବାଂଲା ଅଧିନାୟକ ଆକବର ଅଲ୍ଲୀ ତାଙ୍କ ଖେଳାଳିଙ୍କ ଅଭଦ୍ର ବ୍ୟବହାର ପାଇଁ ଭାରତୀୟ ଖେଳାଳୀଙ୍କୁ କ୍ଷମା ମାଗିଛନ୍ତି ସତ, ହେଲେ କ୍ରିକେଟ ଜଗତରୁ ଆରମ୍ଭ କରି ସୋସିଆଲ୍ ମିଡିଆ ଯାଏଁ ସବୁଠି ବାଂଲା ଖେଳାଳିଙ୍କ ବ୍ୟବହାର ପାଇଁ ସମାଲୋଚନା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe