କନକ ବ୍ୟୁରୋ : କମିଶନରେଟ ପୋଲିସ ପଞ୍ଜାରେ ଚେନ୍ ଲୁଟେରା । ଲୁଟେରା ନିକଟରୁ ୨୨ଟି ସୁନା ଚେନ ଜବତ ହୋଇଛି । ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଘରୁ ଲୁଟ ହୋଇଥିଲା ଏହି ସବୁ ସୁନା ଚେନ । ତାଙ୍କ ଡ଼୍ରାଇଭର ଏହି ଲୁଟରେ ସାମିଲ ଥିବାବେଳେ ଡ଼୍ରାଇଭର ସୁମନ ପ୍ରଧାନକୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ଚୋରୀ ସୁନାର ମୁଲ୍ୟ ପାଖାପାଖି ୭ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଡ଼୍ରାଇଭର ଠାରୁ ସମସ୍ତ ସୁନା ଚେନ ଜବତ ହୋଇଛି । ଏହି ସବୁ ଚେନ ଠାକୁରଙ୍କ ପାଖରେ ଲଗିଥିଲା । ଲୋଭରେ ପଡ଼ି ଚୋରୀ କରିଥିଲା ଡ଼୍ରାଇଭର ସୁମନ ।