ରାଜଧାନୀରେ ମାତିଛନ୍ତି ଏସି ଲୁଟେରା । ବିଭିନ୍ନ ସୋ ରୁମରୁ ୧୦ରୁ ଅଧିକ ଏସି ଚୋରି କ୍ୟାପିଟାଲ ଥାନାରେ ମାମଲା ।

85

କନକବ୍ୟୁରୋ : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରାଜଧାନୀରେ ମାତିଛନ୍ତି ଏସି ଲୁଟେରା । ଟାର୍ଗେଟରେ ରହିଛି ବିଭିନ୍ନ ସୋ ରୁମ୍ । ବୁଧବାର ବିଳମ୍ବିତ ରାତିରେ ବିଭିନ୍ନ ସୋ ରୁମରେ ପଶି ଏସି ଖୋଲିବା ସହ କାନ୍ଧରେ ବୋହି ନେଇଛନ୍ତି ଲୁଟେରା । ଲୁଟ ସମୟର ଏହି ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ବିଭିନ୍ନ ସ୍ଥାନରୁ ୧୦ରୁ ଅଧିକ ଏସି ଲୁଟ୍ ନେଇ ଅଭିଯୋଗ ହୋଇଛି । କ୍ୟାପିଟାଲ ଥାନାରେ ପହଁଚି ଏତଲା ଦେଇଛନ୍ତି ବିଭିନ୍ନ ସୋ ରୁମ୍ ମାଲିକ । ପୋଲିସ ସିସିଟିଭି ଫୁଟେଜ୍ ଯାଂଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।