କନକ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁକନ୍ୟା ଚୋରି ଘଟଣା । ଅର୍ଜୁନପୁର ଜଙ୍ଗଲରୁ ଶିଶୁକନ୍ୟାକୁ ଉଦ୍ଧାର କରିଛି ପୋଲିସ । ତେବେ ଜଙ୍ଗଲରୁ ଶିଶୁକନ୍ୟାକୁ ଉଦ୍ଧାର କରିବା ପରେ ପୋଲିସ ତାକୁ ହସ୍ପିଟାଲକୁ ଆଣିଥିବା ସୂଚନା ରହିଛି । ବର୍ତ୍ତମାନ ସମୟରେ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସ୍ଥିର ରହିଛି ।
ସୁବର୍ଣ୍ଣପୁର ହସ୍ପିଟାଲରୁ ଶିଶୁକନ୍ୟା ଚୋରି ଘଟଣା
ଅର୍ଜୁନପୁର ଜଙ୍ଗଲରୁ ଉଦ୍ଧାର ହେଲା ଶିଶୁକନ୍ୟା
ଜଙ୍ଗଲରୁ ଶିଶୁକନ୍ୟା ଉଦ୍ଧାର କରି ହସ୍ପିଟାଲକୁ ଆଣିଲା ପୋଲିସ
ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସ୍ଥିର ଥିବା ସୂଚନା
ଗତକାଲି ହସ୍ପିଟାଲରୁ ଶିଶୁକନ୍ୟାକୁ ଚୋରି କରିଥିଲେ ଅଜଣା ମହିଳା #Subarnapur#Odishapic.twitter.com/b57vEJ7qFI— Kanak News (@kanak_news) November 21, 2021
ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ ଶିଶୁ ଚୋରି ହୋଇଥିବା ଅଭିଯୋଗ ଆସିଥିଲ । ଯାହାର ସିସିଟିଭି ଭିଜୁଆଲ ମଧ୍ୟ ପୋଲିସ ଖୋଜି ପାଇଥିଲା । ଗୋଟିିଏ ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ ପତ୍ନୀ ସନ୍ତୋଷିନୀ ତାଣ୍ଡି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶଯ୍ୟା ଅଭାବରୁ ମା ଓ ଶିଶୁ ଉଭୟ ୱାର୍ଡର ବାରଣ୍ଡାରେ ଆଶ୍ରୟ ନେଇ ଚିକିତ୍ସିତ ହେଉଥିଲେ । ସନ୍ତୋଷିନୀଙ୍କ ସହିତ ତାଙ୍କ ଶାଶୁ ମଧ୍ୟ ରହିଥିଲେ । ଗତକାଲି ସକାଳୁ ସନ୍ତୋଷିନୀ ଶୌଚ ପାଇଁ ଯାଇଥିବା ବେଳେ ଜଣେ ଅଜଣା ମହିଳା ତାଙ୍କ ଶାଶୁଙ୍କ ନିକଟକୁ ଆସି ଛୁଆକୁ କିଛି ସମୟ ପାଇଁ ଧରିବା ପାଇଁ କହିଥିଲେ । ଏହାପରେ କିଛି ସମୟ ମଧ୍ୟରେ ଅଜଣା ମହିଳା ଜଣକ ଶିଶୁଟିକୁ ନେଇ କୁଆଡେ ଚାଲିଯାଇଥିବା ନେଇ ମୁଖ୍ୟ ଚିକିତ୍ସାଳୟ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା ।