ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି । ତାଲା କାଟି ହୁଣ୍ଡିରୁ ଟଙ୍କା ଓ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ସିସିଟିଭିରେ ଚୋରଙ୍କ ଚିତ୍ର କଏଦ ।

1,366

କନକ ବ୍ୟୁରୋ: ପୁରୀର ମାଉସୀ ମା ମନ୍ଦିରରୁ ଚୋରି । ଯାହାର ସିସିଟିଭି ଫୁଟେଜ୍ ଏବେ ସାମନାକୁ ଆସିଛି । ଏଥିରେ ଦୁଇଜଣ ଲୋକଙ୍କ ଚିତ୍ର ସାମ୍ନାକୁ ଆସୁଛି । ତେବେ ଏହି ଫୁଟେଜରୁ ଚେହେରା ସ୍ପଷ୍ଟ ଭାବରେ ଜଣାପଡୁନାହିଁ କିମ୍ବା ବେଶଭୂଷା ବି ସେତେ ଜଣାପଡୁନାହିଁ । ଏତିକି ଦେଖାଯାଉଛି ଯେ, ଏହି ଦୁଇଜଣ ବ୍ୟକ୍ତି ବିନା ଭୟରେ ଚୋରି କରିବାକୁ ଯାଇଛନ୍ତି ।

ମାଉସୀ ମା ମନ୍ଦିରର ମୁଖ୍ୟଦ୍ୱାର ସହ ଅନ୍ୟ ଦୁଇଟି ଦ୍ୱାରର ତାଲା ଭାଙ୍ଗି ଦାନ ଅର୍ଥ ଓ ମାଙ୍କ ମୂଲ୍ୟବାନ ବସ୍ତ୍ର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଦାନବାକ୍ସ ଓ ଆଲମାରୀ ଭାଙ୍ଗି ଏହି ଲୁଟ୍ ହୋଇଛି । ମାଉସୀମା ମନ୍ଦିରର ପୂଜକଙ୍କ କହିବା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମାଙ୍କ ପହୁଡ ସାରି ସେ ଘରକୁ ଯାଇଥିଲେ । ଆଉ ଆଜି ସକାଳେ ମନ୍ଦିର ଖୋଲିବାକୁ ଆସିବାବେଳେ ଚୋରି ହୋଇଥିବା ଜଣାପଡିଥିଲା । ମାଉସୀ ମନ୍ଦିରରେ ଚୋରି ଘଟଣାକୁ ନେଇ ପୁରୀ ମହାରାଜ ଦିବ୍ୟସିଂହ ଦେବ ଚିନ୍ତାପ୍ରକଟ କରିବା ସହ ଧର୍ମାନୁଷ୍ଠାନ ଗୁଡିକର ସୁରକ୍ଷା ପାଇଁ ପରାମର୍ଶ ଦେଇଛନ୍ତିା ପ୍ରଶ୍ନ ଉଠୁଛି, କେମିତି ମାଉସୀ ମା ମନ୍ଦିରର ସୁରକ୍ଷା କଥା ସମସ୍ତେ ଭୁଲିଯାଇଛନ୍ତି ।