ଢେଙ୍କାନାଳ ଜୁବୁଲି ଟାଉନ ନାଗେଶ୍ୱର ଶିବ ମନ୍ଦିରରୁ ଚୋରି : ୨ଟି ହୁଣ୍ଡି ଭାଙ୍ଗି ୨୦ହଜାର ଲୁଟ୍

163

କନକ ବ୍ୟୁରୋ : ପଂଚୁକରେ ଶିବ ମନ୍ଦିରରୁ ଚୋରୀ । ଢେଙ୍କାନାଳ ଜୁବୁଲି ଟାଉନ୍ ସ୍ଥିତ ଶ୍ରୀ ଶ୍ରୀ ନାଗେଶ୍ୱର ଶିବ ମନ୍ଦିରରୁ ଗତକାଲି ମଧ୍ୟରାତ୍ରୀରେ ଚୋରୀ ହୋଇଛି । ୨ଟି ହୁଣ୍ଡି ଭାଙ୍ଗି ପ୍ରାୟ ୨୦ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମନ୍ଦିର ପାଖରେ ଥିବା ଏକ ନନ୍ଦ ଫ୍ୟାକ୍ଟ୍ରିରୁ ଶାବଳ ଆଣି ଶିବ ମନ୍ଦିର ଓ ପାର୍ବତୀ ମନ୍ଦିରର ଫାଟକ ତାଡ଼ି ହୁଣ୍ଡି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଏନେଇ ଟାଉନ ପୋଲିସରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।