ନୂଆ ବର୍ଷ ପାଇଁ ନୂଆ ଗାଇଡଲାଇନ । ରାଜ୍ୟରେ ଖୋଲିବ ସିନେମା ହଲ । ୫୦ ପ୍ରତିଶତ ସିଟରେ ବସି ପାରିବେ ଦର୍ଶକ । 

531

କନକ ବ୍ୟୁରୋ : ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଜାନୁଆରୀ ମାସରେ ରାଜ୍ୟରେ ଖୋଲିବ ସିନେମା ହଲ ଓ ଥିଏଟର । ୫୦ ପ୍ରତିଶତ ସିଟରେ ବସି ପାରିବେ ଦର୍ଶକ । କେନ୍ଦ୍ର ସରକାରଙ୍କ ଏସଓପି ଆଧାରରେ ରାଜ୍ୟରେ ଖୋଲିବ ସିନେମା ହଲ । ହେଲେ ଜାନୁଆରୀ ଡିସେମ୍ବର ୩୧ ଓ ୧ ତାରିଖରେ କଟକଣା ଲାଗୁ ହେବ ।

ଜାନୁଆରୀ ୩୧ ଯାଏଁ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ । ଏହାସହ ଅବରୋଧ ଅଞ୍ଚଳରେ ଲକଡାଉନ ବଳବତ୍ତର ରହିବ । ୩୧ ଓ ୧ ତାରିଖରେ ସର୍ବସାଧାରଣ ସ୍ଥାନରେ ଗହଳି ହୋଇପାରିବ ନାହିଁ । ହୋଟେଲ ଓ ରେଷ୍ଟୁରାଣ୍ଟ ଗହଳି ଉପରେ ମଧ୍ୟ କଟକଣା ଲାଗୁ ହୋଇଛି । କ୍ଲବ ଓ ପାର୍କରେ ମଧ୍ୟ ଭିଡ ଉପରେ ରୋକ ଲଗାଇଛନ୍ତି ସରକାର । ଜିରୋ ନାଇଟ ସେଲିବ୍ରେସନକୁ ମଧ୍ୟ ନା କହିଛନ୍ତି ସରକାର । ନିୟମ ଉଲ୍ଲଘଂନ କଲେ ମହାମାରୀ ଆଇନରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହାସହ ସାମାଜିକ, ଧାର୍ମିକ ଓ କ୍ରୀଡା ସମାବେଶରେ ସର୍ବାଧିକ ୨ଶହ ଲୋକ ଏକାଠି ହୋଇପାରିବେ । ଅନ୍ୟପକ୍ଷରେ ଯାତ୍ରାକୁ ମଧ୍ୟ ଅନୁମତି ଦେଇଛନ୍ତି ସରକାର । ହେଲେ ଏଥିପାଇଁ ସ୍ଥାନୀୟ ପ୍ରସାସନର ଅନୁମତି ନେବାକୁ ହେବ ।