କନକ ବ୍ୟୁରୋ: କରୋନା ସହ ଲଢେଇ କରୁଛି ଦେଶ । ଅର୍ଥନୈତିକ ଗତିବିଧିକୁ ସରକାର ଅନୁମତି ଦେଇଥିଲେ ବି ଏ ଯାଏଁ ଅନେକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଜାରି ରହିଛି । ମଂଚ ଓ ଥିଏଟରକୁ ସରକାର ଏ ଯାଏଁ ଅନୁମତି ଦେଇନାହାନ୍ତି । ଖୁବଶୀଘ୍ର ମଂଚ ନାଟକକୁ ଅନୁମତି ଦାବି କରି ଧାରଣା ଦେଇଛନ୍ତି କଳାକାର । ଏ ନେଇ ଥିଏଟକ କଳାକାର ରବୀନ୍ଦ୍ର ମଣ୍ଡପରେ ଧାରଣା ଦେଇଛନ୍ତି । ଦୁଃସ୍ଥ କଳାକାରଙ୍କୁ ସହଯୋଗ କରିବାକୁ ବି ସେମାନେ ଅପିଲ କରିଛନ୍ତି ।
କରୋନା କାଳରେ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି କଳାକାର: ଖୁବଶୀଘ୍ର ମଂଚ ନାଟକକୁ ଅନୁମତି ଦାବିରେ ଭୁବନେଶ୍ୱରରେ ଧାରଣା
/kanak/media/post_attachments/wp-content/uploads/2020/11/25-10.jpg)