କନକ ବ୍ୟୁରୋ: ମାଓବାଦୀଙ୍କ ବର୍ବରକାଣ୍ଡ । ଘରୁ ଡାକିନେଇ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବାଡ଼ିପାଙ୍ଗା ଗାଁରେ ଏଭଳି ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ମେଟଲା ରୋହିତ । ଗତ ଶନିବାର ବିଳମ୍ବିତ ରାତିରେ ମେଟଲା ମାଝୀଙ୍କୁ ଘରୁ ଉଠାଇ ନେଇଥିଲେ ମାଓବାଦୀ । ଆଜି ମେଟଲାଙ୍କ କ୍ଷତ ବିକ୍ଷତ ଶବ ଜଙ୍ଗଲରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।