ଚୋରି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା । ମୃତକଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ । ମାଡ଼ ମାରି ଜୀବନ ନେଇ ଯାଇଥିଲେ ନୃଶଂସ ବ୍ୟକ୍ତି
କନକ ବ୍ୟୁରୋ: ମହଙ୍ଗା ପଡିଛି ଆଇନକୁ ହାତକୁ ନେବା । ଗଞ୍ଜାମ ଚିଙ୍ଗୁଡ଼ିଘାଇ ଗାଁରେ ଚୋରି ସନ୍ଦେହରେ ଯୁବକଙ୍କ ପିଟି ପିଟି ହତ୍ୟା ଘଟଣାରେ ୭ ଜଣଙ୍କୁ ବାନ୍ଧିଛି ପୁଲିସ । ଘଟଣାରେ ଅନେକ ଲୋକ ସାମିଲ ଥିବାରୁ ତଦନ୍ତକୁ ଜୋରଦାର କରାଯାଇଛି । ଛୋଟ ଛୋଟ ପିଲା ଓ ମହିଳାଙ୍କ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ମାରିଦେଇଥିଲେ କିଛି ନୃଶଂସ ବ୍ୟକ୍ତି । ଆଉ ଯୁବକଙ୍କ ମୃତଦେହକୁ ଗାଁରେ ଥିବା ସ୍କୁଲ ନିକଟରେ ଫିଙ୍ଗିଦେଇଥିଲେ । ଆଉ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
- ଆଇନକୁ ହାତକୁ ନେବା ପଡିଲା ମହଙ୍ଗା
- ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣାରେ ୭ ଗିରଫ
ଗଞ୍ଜାମ ଚିଙ୍ଗୁଡ଼ିଘାଇ ଗାଁରେ ଚୋରି ସନ୍ଦେହରେ ଆଇନକୁ ହାତକୁ ନେଇ ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣାରେ ଆକ୍ସନରେ ପୁଲିସ । ଘଟଣାରେ ୭ଜଣ ଗିରଫ ହୋଇଛନ୍ତି । ମୃତକଙ୍କ ହେଉଛନ୍ତି ପୁରୀ ଜିଲା ସତ୍ୟବାଦୀ ବ୍ଲକ ବାଦୁରାବର ଗାଁର ବାହୁଡ଼ା ସାହୁ । ଗଞ୍ଜାମ ଜିଲାର ଏହି ଛାତିଥରା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ବିଦ୍ୟୁତ ଖୁଣ୍ଟରେ ବାହୁଡାଙ୍କୁ ବାନ୍ଧି ନିର୍ଯାତନା ଦିଆଯାଇଥିଲା । ଛୋଟ ଛୋଟ ପିଲା ଓ ମହିଳାଙ୍କ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ମାରିଦେଇଥିଲେ କିଛି ନୃଶଂସ ବ୍ୟକ୍ତି । ଆଉ ଯୁବକଙ୍କ ମୃତଦେହକୁ ଗାଁରେ ଥିବା ସ୍କୁଲ ନିକଟରେ ଫିଙ୍ଗିଦେଇଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରିବା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା ଓ ବିଭତ୍ସ ହତ୍ୟାର ଗୁମର ଖୋଲିଥିଲା । ଘଟଣାରେ ଅନ୍ୟମାନେ ବି ସଂପୃକ୍ତ ଥିବାରୁ ପୁଲିସ ତଦନ୍ତ ଚଳାଇଛି ।
- ବାହୁଡା ସାହୁ ନାଁରେ କଣାସ ଥାନାରେ ଦୁଇଟି ମାମଲା ଥିଲା
- ଏକ ଡକାୟତି ମାମଲାରେ ୨୦୧୫ ମସିହାରେ ଜେଲ ଯାଇଥିଲା ବାହୁଡା
- ଚଳିତବର୍ଷ ଜଣେ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଫେରାର ଥିଲା
- ବାହୁଡା ନାଁରେ ସଙ୍ଗୀନ ଦଫା ସବୁ ରହିଛି
- ଆଉ ପୁଲିସକୁ ଚକମା ଦେଇ ବାହାରେ ବୁଲୁଥିଲା ବାହୁଡା
ପରିବାର ଲୋକଙ୍କ କହିବା ଅନୁସାରେ, ବାହୁଡା ଗତ କିଛି ଦିନ ଧରି ଦାଦନ ଖଟିବା ରାଇଁ ସୁରତ ପଳାଇଥିଲା । ଗତ ୧୨ ତାରିଖରେ ଓଡିଶା ଆସି ଗଞ୍ଜାମ ଜିଲ୍ଲାର ନିଜ ସାଙ୍ଗ ଘରକୁ ଯାଇଥିଲା । କିନ୍ତୁ ୧୮ ତାରିଖରେ ଚିଙ୍ଗୁଡିଘାଇ ଗାଁରେ କିଛି ଅସମାଜିକ ଲୋକ ବାହୁଡାକୁ ଚୋର ବୋଲି ସନ୍ଦେହ କରି ପୋଲରେ ବାନ୍ଧି ବାଡେଇ ବାଡେଇ ମାରିଦେଇଥିଲେ । ବାହୁଡାଙ୍କ ବାପା ୩ ମାସ ତଳେ ଏକ ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିଲେ । ଏବେ ବାହୁଡାର ମୃତ୍ୟୁ ପରେ ପରିବାର ଉପରେ ପାହାଡ ପଡିଛି । ପ୍ରଶ୍ନ ଉଠୁଛି…
- ଆଇନକୁ ହାତକୁ ନେବାକୁ ଲୋକଙ୍କୁ ଅଧିକାର ଦେଲା କିଏ?
- ଚୋର ସନ୍ଦେହ ହେବା ପରେ ପୁଲିସକୁ ଖବର ଦେବା ଉଚିତ ନ ଥିଲା କି ?
- ହତ୍ୟାକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ କି?