କନକ ବ୍ୟୁରୋ: ନିଆଁ ସହ ଖେଳ । ଦୀପାବଳିରେ ରେଢ଼ାଖୋଲରେ ଯୁବକ ମାନେ ବିପଦପୂର୍ଣ୍ଣ ଭାବେ ନିଆଁ ସହ ଖେଳ ଖେଳୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ସମ୍ବଲପୁର ରେଢ଼ାଖୋଲ ମିନି ଷ୍ଟାଡ଼ିୟମରେ ସ୍ଥାନୀୟ ଯୁବକ ମାନେ ଫୁଟବଲରେ ନିଅାଁ ଲଗାଇ ଗୋଡରେ ସୁଟ୍ ମାରୁଥିବାର ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ଏବେ ଭାଇରାଲ ହେଉଛି । ବିଭିନ୍ନ ସ୍ଥାନରେ ସଚେତନତା ଅଭାବରୁ ନିଆଁ ଲାଗି ଜୀବନ ଯାଉଥିବା ବେଳେ ସ୍ଥାନୀୟ ଯୁବକଙ୍କର ଏଭଳି ବିପଦଜନକ ଖେଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଦୀପାବଳି ରାତିରେ ଫୁଟବଲରେ ନିଆଁ ଲଗାଇ ଖେଳିଲେ ଯୁବକ: ସମ୍ବଲପୁର, ରେଢାଖୋଲରୁ ଆସିଲା ଯୁବକଙ୍କ ବିପଦଜନକ ଦୃଶ୍ୟ
/kanak/media/post_attachments/wp-content/uploads/2023/11/14-15.jpg)