ଅପହରଣକାରୀଙ୍କ କବଜାରେ ଯୁବତୀ : ଫୋନ କରି ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବା ପାଇଁ ମାଆକୁ ଝିଅର ନିବେଦନ

ଯାଜପୁର ଧର୍ମଶାଳ ଥାନା ଅଂଚଳର ଯୁବତୀଙ୍କୁ ଅପହରଣ କରି ନିର୍ଯାତନା ଦିଆଯାଉଥିବା ଅଭିଯୋଗ

319

କନକ ବ୍ୟୁରୋ : ଅପହରଣକାରୀଙ୍କ କବଜାରେ ଯୁବତୀ । ଏଭଳି ଏକ ସମ୍ବେଦନଶୀଳ ଖବର ଆସିଛି ଯାଜପୁର ଧର୍ମଶାଳା ଥାନା ଅଂଚଳରୁ । ଯୁବତୀଙ୍କୁ ଅପହରଣ କରାଯାଇ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଖୋଦ ସଂପୃକ୍ତ ଯୁବତୀ ପୁରୀରୁ ନିଜ ମାଙ୍କ ଫୋନ କରି ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବାକୁ ମାଙ୍କୁ ନିବେଦନ କରିଛନ୍ତି । ପୁରୀରୁ ଏହି ଫୋନ କରିଥିବା ଯୁବତୀ ତାଙ୍କ ଫୋନକଲରେ କହଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ଓ ନିର୍ଯାତନା ଦିଆଯାଉଥିବାରୁ ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ସେ ନିବେଦନ କରିଛନ୍ତି ।

ସେ କହୁଛନ୍ତି, ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଉ । ନହେଲେ ଅପହରଣକାରୀ ସେମାନଙ୍କୁ ମାରିଦେବେ । ତାଙ୍କୁ ନିର୍ଯାତନା ଦିଆଯାଇଛି ଓ ସ୍ଥାନରୁ ବାରମ୍ବାର ବଦଳାଯାଉଛି । ଖବର ଅନୁସାରେ, ସଂପୃକ୍ତ ଯୁବତୀଙ୍କ ସହ ପଡୋଶୀ ଗାଁର ଜଣେ ଯୁବକ ଅବଦୁଲ ସେହମତ ଖାଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ସଂପୃକ୍ତ ଯୁବତୀ ଗତ ୫ ତାରିଖରେ ନିଜ କଲେଜକୁ ସାର୍ଟିଫିକେଟ ପାଇଁ ଯିବାବେଳେ ତାଙ୍କୁ ଅବଦୁଲ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଏପରିକି ଏହା କହିଲେ ତାଙ୍କୁ ମାରିଦେବାକୁ ସଂପୃକ୍ତ ଯୁବକ ଧମକ ଦେଉଥିବା ଯୁବତୀ ଜଣଙ୍କ ତାଙ୍କ ମାଙ୍କୁ ଫୋନରେ କହିଛନ୍ତି ।

ଯୁବତୀଜଣକ ଆହୁରି କହିଛନ୍ତି, ସଂପୃକ୍ତ ଯୁବକ ତାଙ୍କୁ ବଳପୂର୍ବକ ବିବାହ କରିବାକୁ ଉଦ୍ୟମ କରୁଛନ୍ତି ଓ ନିର୍ଯାତନା ଦେଉଛନ୍ତି । ଏ ନେଇ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲୋ ପୁଲିସ ଯୁବତୀଙ୍କୁ ଉଦ୍ଧାର କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ବି କୌଣସି ସୁରାକ ପାଇପାରିନାହିଁ । ଅପରାଧିକ ଷଡଯନ୍ତ୍ର ଓ ଧମକ ଅଭିଯୋଗରେ ଅବଦୁଲଙ୍କ ବାପାଙ୍କୁ ପୁଲିସ ଗିରଫ କରିଛି । ନିଜ ଝିଅଙ୍କୁ  ଉଦ୍ଧାର କରିବା ପାଇଁ ଯୁବତୀଙ୍କ ବାପା ବି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।