କନକ ବ୍ୟୁରୋ: ଭୁବନେଶ୍ୱରରେ ଅଭାବନୀୟ ଘଟଣା । ରାଜଧାନୀ ବାସିନ୍ଦା ହୋଲି ପାଳନ କରୁଥିବା ବେଳେ ସାମ୍ନାକୁ ଆସିଛି ଯୁବତୀଙ୍କ ଏକ କାରନାମା । ମାଷ୍ଟରକ୍ୟାଂଟିନ ଛକରେ ଜଣେ ଯୁବତୀ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Advertisment

ଏଯାଏଁ ଯୁବତୀ ଜଣକ ଅଚେତ ଅବସ୍ଥାରେ ଅଛନ୍ତି । ଯୁବତୀ ଜଣଙ୍କ କାହିଁକି ଏମିତି କଲେ? ତାଙ୍କ ସହ କଣ ଏମିତି ହେଲା ଯେ ସେ ନିଜ ହାତକାଟି ଦେଲେ ? ତାହା ଏଯାଏଁ ଜଣାପଡିନଥିବା ବେଳେ ଖାରବେଳନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।