ଥମୁନି ଦାଦନ ଯନ୍ତ୍ରଣା । ପରିବାର ପେଟ ପୋଷିବାକୁ ବେଙ୍ଗାଲୁରୁ ଯାଇ ଯୁବକ ନିଖୋଜ

99

କନକ ବ୍ୟୁରୋ: ଥମୁନି ଦାଦନ ଯନ୍ତ୍ରଣା । ପୁଣି ଏକ ଦାଦନର କାହାଣୀ ଆସିଛି ସାମନାକୁ । ପରିବାର ପେଟ ପୋଷିବାକୁ ଦାଦନ ଖଟିବାକୁ ଯାଇଥିଲା ଘରର ରୋଜଗାରିଆ ପୁଅ । ବେଙ୍ଗାଲୁରୁରେ କିଛି ଦିନ କାମ କରିବା ପରେ ନିଖୋଜ ହୋଇଯାଇଛନ୍ତି ବାଲେଶ୍ୱର ବାହାନଗା ପଥରପେଣ୍ଠ ଗାଁର ଭାସ୍କର ଚନ୍ଦ୍ରରାଜ ।

ପୁଣି ଦାଦନ ଯନ୍ତ୍ରଣାର କାହାଣୀ । ପରିବାର ପେଟ ପୋଷିବାକୁ ଯାଇଥିଲେ । ହେଲେ କେଉଁଆଡେ ନିଖୋଜ ହୋଇଗଲେ । ପୁଅର ଫଟୋ ଛାତିରେ ଚାପି ଗୁମୁରି କାନ୍ଦୁଛି ମାଆ । ଘରର ଏକମାତ୍ର ରୋଜଗାରିଆ ପୁଅ ନିଖୋଜ ଥିବାବେଳେ ଚିନ୍ତାରେ ପଡିଛନ୍ତି ପରିବାର ଲୋକେ । ବାଲେଶ୍ୱର ବାହାନଗା ପଥରପେଣ୍ଠ ଗାଁର ଭାସ୍କର ଚନ୍ଦ୍ରରାଜ । ପରିବାର ଗୁଜୁରାଣ ମେଂଟାଇବାକୁ ଚାଲିଯାଇଥିଲେ ସୁଦୂର ବାଙ୍ଗାଲୋର । ହେଲେ କିଛି ଦିନ କାମ କରିବା ପରେ ଏବେ କେଉଁଠି ଅଛନ୍ତି ଭାସ୍କର କୌଣସି ଖୋଜ୍ ଖବର ନାହିଁ । ପୁଅକୁ ନପାଇ ମାଆ ଆଖିରୁ ଶୁଖୁନି ଲୁହ । ମୋ ପୁଅକୁ ଖୋଜି ଆଣି ଦିଅ କହି ମାଆ ଚେତାଶୂନ୍ୟ ହୋଇପଡୁଥିବା ବେଳେ ସ୍ଥାନୀୟ ପଡୋଶୀ ଦେଉଛନ୍ତି ଶାନ୍ତ୍ୱନା ।

ଅଭାବୀ ପରିବାର ଚଳିବ କେମିତି? ଘର ଚଳାଇବା ଲୋକର ଖୋଜ ଖବର ମିଳୁନି । କାନ୍ଦୁଛି ମାଆ ଆଉ କାନ୍ଦୂଛନ୍ତି ପୁରା ପରିବାର । ଆଖିରୁ ଲୁହ ଶୁଖୁନଥିବା ବେଳେ ହାତଯୋଡି ଅନୁରୋଧ କରିଛନ୍ତି ୨୪ ବର୍ଷୀୟ ପୁଅ ଭାସ୍କରକୁ ଖୋଜି ଆଣିଦେବାକୁ । ଦାଦନ ଦୁଃଖ ଦିନକୁ ଦିନ ବଢିଚାଲିଥିବା ବେଳେ ଶିକାର ହେଉଛନ୍ତି ଏହି ଅଭାବୀ ପରିବାର । ନିରୁପାୟ ହୋଇ ବସିଛନ୍ତି । ପରିବାର ସହ ସ୍ଥାନୀୟ ଲୋକେ ବି ପ୍ରଶାସନକୁ ଅନୁରୋଧ କରିଛନ୍ତି ଭାସ୍କରଙ୍କୁ ଖୋଜି ଆଣିଦେବାକୁ ।

ଦାଦନ ଦୁଃଖ ଥମୁନି । ହେଲେ ଏହି ଦାଦନ ଖଟିବାକୁ ଯାଇ ବହୁ ଦାଦନ ଅକାଳରେ ଝଡିପଡୁଛନ୍ତି ।