ସାଙ୍ଗର ଜନ୍ମଦିନକୁ ଯାଇ ନିଖୋଜ ହୋଇଗଲେ ଯୁବକ । ନଦୀରୁ ମିଳିଲା ମୃତଦେହ ।

182

କନକ ବ୍ୟୁରୋ: ସାଙ୍ଗର ଜନ୍ମଦିନକୁ ଯାଇ ନିଖୋଜ ହୋଇଗଲେ ଯୁବକ । ଆଉ ୮ ଦିନ ପରେ ସାବେରୀ ନଈରୁ ନିଖୋଜ ସାଙ୍ଗର ମୃତ ଦେହ ଠାବ କଲେ ପରିବାର ଲୋକେ । ମାଲକାନଗିରି ପଡିଆ ଗାଁ କମାରସାହିର ୨୨ ବର୍ଷୀୟ ଯୁବକ ସୁନିଲ ପଡିଆମିଙ୍କୁ ଗତ ୩୧ ତାରିଖ ରାତିରେ ତାଙ୍କ ଜଣେ ସାଙ୍ଗ ଜନ୍ମଦିନ କେକ୍ କାଟିବା ପାଇଁ ଡାକି ନେଇଥିଲେ । ତେବେ ସୁନିଲ କିନ୍ତୁ ଆଉ ଘରକୁ ଫେରି ନଥିଲେ । ପରେ ତାଙ୍କ ସାଙ୍ଗ ସୋନୁ ମଣ୍ଡଳଙ୍କୁ ବାରମ୍ବାର ପଚରାଉଚରା ପରେ ମଧ୍ୟ ସୁନିଲର ଖୋଜ ଖବର ମିଳିନଥିଲା । ପରେ ସାବିରୀ ନଈ କୂଳରୁ ନିଖୋଜ ସୁନିଲଙ୍କ କପଡା ଠାବ ହେବା ପରେ ବହୁ ଖୋଜା ଖୋଜି ପରେ ୮ ଦିନ ପରେ ତାଙ୍କ ଗଳିତ ଶବକୁ ଠାବ କରିଥିଲେ ପରିବାର ଲୋକେ । ସୁନିଲଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ନ୍ୟାୟ ନମିଳିଲେ ଆଗକୁ ଦୋକାନ ବଜାର ବନ୍ଦ କରିବା ସହ ଥାନା ଘେରି ଘେରିବାକୁ ଚେତାବନୀ ଦେଇଛନ୍ତି ।