କନକ ବ୍ୟୁରୋ : ରଖେ ହରି ତ ମାରେ କିଏ । ଏହି କଥାଟି ସମ୍ପୁର୍ଣ୍ଣ ଭାବେ ଦେଖିବାକୁ ମିଳିଛି ନୂଆଁପଡ଼ା ଜିଲ୍ଲାରେ । ଟ୍ରେନ ତଳୁ ଅଳ୍ପକେ ବର୍ତିଗଲା ଜୀବନ । ଜୀବନ୍ତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲେ ଆରପିଏଫ ଯବାନ । ନୂଆ ପଡ଼ା ଜିଲ୍ଲା ଖରିଆର ରୋଡ଼ ଅନ୍ତର୍ଗତ ଗୌତମା ଗାଁର ଜଣେ ଯୁବକ ଘରେ ପାଟିତୁଣ୍ଡ କରି ଘରୁ ବାହାରି ଆସିଥିଲେ । ଜୀବନ ହାରିବା ପାଇଁ ମାଲବାହୀ ଟ୍ରେନ ଆସୁଥିବା ଦେଖି ଟ୍ରାକରେ ଶୋଇ ଯାଇଥିଲେ ।
ଲୋକ ପାଇଲଟ ହର୍ଣ୍ଣ ମାରିବା ସହ ଜରୁରୀକାଳୀନ ବ୍ରେକ ମଧ୍ୟ ଦେଇଥିଲେ । ହେଲେ ସେତେବେଳକୁ ୪୨ରୁ ୧୬ଟି ବଗି ଯୁବକଙ୍କ ଉପରେ ଅତିକ୍ରମ କରିସାରିଥିଲା । ଯୁବକଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲେ ହେଲେ ସେ ବେହୋସ ହୋଇ ଯାଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଁ ଯାଇଥିଲା ସେଠାରେ ଚିକିତ୍ସା ପରେ ଯୁବକଙ୍କ ହୋସ ଆସିଥିଲା । ତାଙ୍କ ପରିବାର ଲୋକ ହସ୍ପିଟାଲରେ ପହଂଚି ଯୁବକଙ୍କୁ ବୁଝାସୁଝା କରି ଘରକୁ ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/5.png)