କନକ ବ୍ୟୁରୋ : ବଲାଙ୍ଗିର ସହରରେ ଚାଞ୍ଚଲ୍ୟ । ସର୍ବସାଧାରଣରେ ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ । ରାଜେନ୍ଦ୍ର କଲେଜ ପରିସରରେ ଦୁଇ ଛାତ୍ରଙ୍କ ତଣ୍ଟି କାଟିବା ଘଟଣାକୁ ଦୁଇ ଦିନ ନପରୁଣୁ ପୁଣି ଏଭଳି ଘଟଣା ଦେଖିବାକୁ ମିଳିଛି ।
ବଲାଙ୍ଗିର ରେଳ ଷ୍ଟେସନ ନିକଟସ୍ଥରେ ଜଣେ ପାନ ଦୋକାନୀଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି । ସଂଘବଦ୍ଧ ଭାବେ ଆକ୍ରମଣ କରି ଯୁବକଙ୍କର ଗୋଡ ଓ ହାତ କାଟି ଦେଇଛନ୍ତି ଦୁର୍ବୁତ୍ତ । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣ ସ୍ଥାନୀୟ ପେଲେସ ଲାଇନର ପ୍ରେମ ପ୍ରକାଶ ନାୟକ ବୋଲି ଜଣାପଡିଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।