ପୁଣି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ସାଇକେଲ, ଚପଲ ରଖି ବିରୂପା ନଦୀକୁ ଡେଇଁଲେ ।

127

କନକ ବ୍ୟୁରୋ: ପୁଣି ନଦୀକୁ ଡେଇଁଲେ ଯୁବକ । କଟକ ଚୌଦାର ନିକଟରେ ଥିବା ବିରୂପା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ । ତେବେ ସେ ବ୍ରିଜ ଉପରେ ସାଇକେଲ, ଚପଲ ରଖି ନଦୀ ଭିତରକୁ ଡେଇଁ ପଡିିଥିବା ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଲୋକଙ୍କ କହିବା କଥା, ଏପର୍ଯ୍ୟନ୍ତ ସେହି ଯୁବକ ଜଣକ କିଏ ତାଙ୍କର ପରିଚୟ ମିଳିପାରିନାହିଁ । ତେବେ ଘଟଣା ସ୍ଥଳରେ ଚୌଦାର ଅଗ୍ନିଶମ ବାହିନୀ ପହଞ୍ଚିବା ସହିତ ସେଠାରେ ଯୁବକଙ୍କୁ ଉଦ୍ଧାର କରିବା କାମ ଆରମ୍ଭ କରିଛି । ତେବେ ନଦୀରେ ପାଣିର ସ୍ରୋତ ହେତୁ, ଯୁବକ ଜଣକ ଅଧିକ ବାଟ ଭାସିଯାଇଥିବା ଅନୁମାନ କରାଯାଉଛି । ଏପର୍ଯ୍ୟନ୍ତ ନଦୀରୁ ଯୁବକଙ୍କୁ ଉଦ୍ଧାର କରାଯାଇପାରିନାହିଁ ।