ପ୍ଲାଷ୍ଟିକ ସାପ ଦେଖି ଚଳନ୍ତା ଟ୍ରେନରୁ ଡେଇଁଲେ ଯୁବକ : ରାଧାକିଶୋରପୁର ଷ୍ଟେସନରେ ଟ୍ରେନ୍ ଅଟକାଇଲେ ଯାତ୍ରୀ

301

କନକ ବ୍ୟୁରୋ : ଛୁଆ ଖେଳୁଥିବା ପ୍ଲାଷ୍ଟିକ ସାପ ଦେଖି ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ଯୁବକ । ପୁରୀ -ଅନୁଗୁଳ ଫାଷ୍ଟ ପାସେଞ୍ଜର ଟ୍ରେନରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନରେ ପ୍ଲାଷ୍ଟିକ ସାପକୁ ଜୀବନ୍ତ ସାପ ଭାବି ଭୟରେ ଟ୍ରେନରୁ ଡେଇଁ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଢେଙ୍କାନାଳ ପଣ୍ଡୁଆ ଅଞ୍ଚଳର ସାଗର ନାଏକ । ହାଇଦ୍ରାବାଦରୁ ଢେଙ୍କାନାଳ ଫେରିବା ସମୟରେ ରାଧାକିଶୋରପୁର ଷ୍ଟେସନ ଠାରେ ଏହି ଅଘଟଣ ଘଟିିଛି । ଯାତ୍ରୀ ଘଣ୍ଟାଏ କାଳ ଷ୍ଟେସନରେ ଟ୍ରେନକୁ ଅଟକ ରଖିଥିଲେ । ଯୁବକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ପରେ ଟ୍ରେନ ଯାତ୍ରା ସ୍ୱାଭାବିକ ହୋଇଛି ।