ମଣିଷ ଓ ପଶୁ ଭିତରେ ନିଆରା ପ୍ରେମ । ୫ ବର୍ଷ ହେଲା ମାଙ୍କଡକୁ ଖାଇବାକୁ ଦେଇ ଆସୁଛନ୍ତି ଯୁବକ । 

74

କନକ ବ୍ୟୁରୋ: ନିଆରା ପଶୁ ପ୍ରେମ । ଏମିତି ଏକ ପଶୁପ୍ରେମ ଦେଖିବାକୁ ମିଳିଛି ଯାଜପୁର ଅଞ୍ଚଳରେ । ଯାଜପୁର ବଡ଼ଚଣା ଉଦୟଗିରି ଗାଁରେ ମାଙ୍କଡ଼ ପ୍ରେମରେ ଜଣେ ଯୁବକ । ଗାଁର ଯୁବକ ବିକ୍ରମ ଦଳେଇ, ଆଜିକୁ ୫ବର୍ଷ ହେଲା ମାଙ୍କଡ଼ମାନଙ୍କୁ ଖାଇବାକୁ ଦେଇ ଆସୁଛନ୍ତି । ମାଙ୍କଡ଼ ଆଉ ବିକ୍ରମଙ୍କ ଏହି ଭଲପାଇବା ବେଶ ନିଆରା । ବିକ୍ରମଙ୍କୁ ଦେଖିଲେ ଏହି ମାଙ୍କଡ ଯେଉଁଠି ବି ଥାନ୍ତୁ ନା କାହିଁକି ଦଉଡି ଆସନ୍ତି । ତାଙ୍କ ହାତରୁ ଖାଇବା ଜିନିଷ ନେଇ ଖାଇଥାନ୍ତି ଆଉ ତାଙ୍କ ସହ ବୁଲନ୍ତି । ବିକ୍ରମ ପେଷାରେ ଜଣେ ରାଜମିସ୍ତ୍ରୀ । ତା ସହିତ ପନିପରିବା ଚାଷ ବି କରିଥାନ୍ତି । ଆଉ ଏହି ପଇସାରୁ ସେ ପ୍ରତିଦିନ ମାଙ୍କଡ ମାନଙ୍କୁ ଖାଇବା ପିଇବା ଦେବା ସହିତ କିଛି ସମୟ ବିତାଇଥାନ୍ତି । ଦୀର୍ଘ ୫ବର୍ଷ ହେଲା ମାଙ୍କଡ଼ ଆଉ ତାଙ୍କ ଭିତରେ ନିବିଡ ସମ୍ପର୍କ ରହିଛି ।