କେନ୍ଦ୍ରାପଡା ଚିତ୍ରୋତ୍ପଳା ନଦୀରେ ଭାସିଗଲେ ଯୁବକ: ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ଭାସିଯାଇ ଯୁବକ ନିଖୋଜ

Advertisment
ହାତ ଧରାଧରି ହୋଇ ବୈତରଣୀ ନଦୀକୁ ଡେଇଁ ପଡିଲେ ବାପଝିଅ । ଆଖୁଆପଦା ପୋଲ ଉପରୁ କୁନି ଝିଅକୁ ଧରି ଡେଇଁପଡିଲେ ବାପା ଚନ୍ଦନ ସାହୁ

କନକ ବ୍ୟୁରୋ: ଚିତ୍ରତ୍ପୋଳା ନଦୀରେ ଗାଧୋଉଥିବାବେଳେ ଯୁବକ ନିଖୋଜ । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଜଣେ ଯୁବକ ଚିତ୍ରୋତ୍ପଳା ନଦୀରେ ସାଙ୍ଗ ମାନଙ୍କ ସହିତ ଗାଧୋଉଥିବା ବେଳେ ନଦୀର ପ୍ରଖର ଶ୍ରୋତରେ ଭାସିଯାଇ ନିଖୋଜ ହୋଇଛନ୍ତି। ସୂଚନା ମୁତାବକ ଗ୍ରାମର ଧୀରେନ ସାମନ୍ତରାୟଙ୍କ ଏକମାତ୍ର ପୁତ୍ର କୌସିକ ସାମନ୍ତରାୟ ସାଙ୍ଗ ମାନଙ୍କ ସହିତ ଗାଧୋଇବାକୁ ନଦୀକୁ ଆସିଥିଲେ। ସାଙ୍ଗମାନଙ୍କ ସହିତ ନଦୀରେ ପହଁରି ପହଁରି ଏପଟରୁ ସେପଟକୁ ଯାଉଥିବା ସମୟରେ ଭାସିଯାଇଥିଲେ। ସାଙ୍ଗମାନେ ପାଟି କରିବାରୁ ଗ୍ରାମବାସୀ ଘଟଣା ସ୍ଥଳରେ ପହଁଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ଗରଦପୁରରୁ ଅଗ୍ନିଶମ ବିଭାଗର ଯବାନମାନେ ପହଁଚି ମଧ୍ୟ ଉଦ୍ଧାର କାମ ଆରମ୍ଭ କରିଛନ୍ତି। ନିଖୋଜ କୌସିକ ଗତ ବୁଧବାର ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିୟରିଙ୍ଗ କଲେଜରେ ବିଟେକ ଆଡମିସନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe