ସାମ୍ନାକୁ ଆସିଲା ଜଟଣୀରେ ଗଣେଶ ବିସର୍ଜନ ବେଳର ଛାତିଥରା ଦୃଶ୍ୟ: ବିଦ୍ୟୁତ ତାର ବାଜି ଗାଡି ଉପରେ ଅଚେତ ହୋଇ ପଡିଗଲେ ଯୁବକ

186

କନକ ବ୍ୟୁରୋ: ଗଣେଶ ବିସର୍ଜନ ବେଳେ ଅଘଟଣ । ବିଦ୍ୟୁତ ଆଘାତରେ ଗୁରୁତର ଆହତ ହେଲେ ଜଟଣୀ ଅଂଚଳର ଜଣେ ଯୁବକ । ଏହେଉଛି ସେହି ଚିତ୍ର ଯେଉଁ ସମୟରେ ଗଣେଶଙ୍କୁ ବିସର୍ଜନ ପାଇଁ ନେଇ ଯାଉଥିଲେ କିଛି ଯୁବକ । ଆଉ ଏହି ସମୟରେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ ଯୁବକ ଜଣଙ୍କ । ଯାହାର ଚିତ୍ର ଅତି ଭୟଙ୍କର ଥିଲା । ସୂଚନା ଅନୁସାରେ ଜଟଣୀ ଅଂଚଳର କିଛି ଯୁବକ ଡିଜେ ବଜାଇ ବେଶ ଧୁମଧାମରେ ଗଣେଶଙ୍କୁ ବିସର୍ଜନ ପାଇଁ ନେଉଥିଲେ । ଜଣେ ଯୁବକ ଗଣେଶ ମେଢ଼ ଗାଡ଼ି ଉପରେ ବସି ବିଦ୍ୟୁତ ତାର କାଢ଼ିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ପରେ ସେହି ଗାଡ଼ି ଉପରେ ଟଳି ପଡ଼ିଥିଲେ ଯୁବକ ଜଣଙ୍କ । ଯୁବକଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କହିଛନ୍ତି ଡାକ୍ତର ।