କନକ ବ୍ୟୁରୋ: ଅବକାରୀ ବିଭାଗର ଖାମଖିଆଲ ନୀତି । ହାଇସିକ୍ୟୁରିଟି ନମ୍ବର ଲଗାଇ ମଧ୍ୟ ଫସିଛନ୍ତି ଯୁବକ । କେନ୍ଦ୍ରପଡା ପାଟକୁରା ହୁରା ସାହିଁ ଗାଁର ସମ୍ବିତ ମଲ୍ଲିକ । ହାଇସିକ୍ୟୁରିକଟି ନମ୍ବର ପ୍ଲେଟ ଲଗାଇ ବି ଫସିଛନ୍ତି ସମ୍ବିତ । ତାଙ୍କୁ ସମନ ଜାରି କରାଯାଇଛି । ଅଭିଯୋଗ ଅନୁସାରେ ସମ୍ବିତଙ୍କ ଇଣ୍ଡିଗୋ ଗାଡିରୁ ୭୨କେଜି ଗଂଜେଇ ଜବତ ହୋଇଛି । ଏଥିରେ ଦୁଇଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଗଂଜେଇ ଗାଡିକୁ ଜବତ କରାଯିବା ସହିତ କାଗଜ ପତ୍ର ସହ ସମ୍ବିତଙ୍କୁ ହାଜର ହେବାକୁ ନୋଟିସ୍ ହୋଇଛି । ତେବେ ଆଶ୍ଚର୍ଯ୍ୟ କଥା ହେଉଛି ସମ୍ବିତଙ୍କ ଗାଡି ତାଙ୍କ ଘରେ ଅଛି । ସମ୍ବିତ ୬ ମାସ ହେଲାଣି ହାଇସିକ୍ୟୁରିଟି ନମ୍ବର ଲଗାଇଥିବା ବେଳେ ଏଭଳି ସମସ୍ୟା ନେଇ ଏବେ ଦ୍ୱନ୍ଦ ଉପୁଜିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us