କନକ ବ୍ୟୁରୋ: ଅବକାରୀ ବିଭାଗର ଖାମଖିଆଲ ନୀତି । ହାଇସିକ୍ୟୁରିଟି ନମ୍ବର ଲଗାଇ ମଧ୍ୟ ଫସିଛନ୍ତି ଯୁବକ । କେନ୍ଦ୍ରପଡା ପାଟକୁରା ହୁରା ସାହିଁ ଗାଁର ସମ୍ବିତ ମଲ୍ଲିକ । ହାଇସିକ୍ୟୁରିକଟି ନମ୍ବର ପ୍ଲେଟ ଲଗାଇ ବି ଫସିଛନ୍ତି ସମ୍ବିତ । ତାଙ୍କୁ ସମନ ଜାରି କରାଯାଇଛି । ଅଭିଯୋଗ ଅନୁସାରେ ସମ୍ବିତଙ୍କ ଇଣ୍ଡିଗୋ ଗାଡିରୁ ୭୨କେଜି ଗଂଜେଇ ଜବତ ହୋଇଛି । ଏଥିରେ ଦୁଇଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଗଂଜେଇ ଗାଡିକୁ ଜବତ କରାଯିବା ସହିତ କାଗଜ ପତ୍ର ସହ ସମ୍ବିତଙ୍କୁ ହାଜର ହେବାକୁ ନୋଟିସ୍ ହୋଇଛି । ତେବେ ଆଶ୍ଚର୍ଯ୍ୟ କଥା ହେଉଛି ସମ୍ବିତଙ୍କ ଗାଡି ତାଙ୍କ ଘରେ ଅଛି । ସମ୍ବିତ ୬ ମାସ ହେଲାଣି ହାଇସିକ୍ୟୁରିଟି ନମ୍ବର ଲଗାଇଥିବା ବେଳେ ଏଭଳି ସମସ୍ୟା ନେଇ ଏବେ ଦ୍ୱନ୍ଦ ଉପୁଜିଛି ।
ହାଇସିକ୍ୟୁରିଟି ନମ୍ବର ଲଗାଇ ଫସିଲେ ଯୁବକ। ପାଟକୁରା ସମ୍ବିତ ମଲ୍ଲିକଙ୍କୁ ଅବକାରୀ ବିଭାଗର ନୋଟିସ୍।
/kanak/media/post_attachments/wp-content/uploads/2022/10/cara.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)