କନକ ବ୍ୟୁରୋ : ଯୁବକଙ୍କୁ ମହଙ୍ଗା ପଡିଲା ବିପଦପୂର୍ଣ୍ଣ ରିଲ୍ସ । ରାସ୍ତା ଉପରେ ବେପରୁଆ ଗାଡି ଚଳାଇ ରିଲ୍ସ କରି ତଣ୍ଡ ଗଣିଛନ୍ତି ଯୁବକ । ବାଲେଶ୍ୱର ସହଦେବଖୁଂଟା ରାସ୍ତାରେ ହୋଇଥିବା ବିପଦପୂର୍ଣ୍ଣ ରିଲ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଟ୍ରାଫିକ୍ ଥାନା ପୁଲିସ । ମାଟିଆଳି ଅଂଚଳର ବାଇକ ଚାଳକଙ୍କୁ ୩୫ଶହ ଟଙ୍କାର ଇ-ଚାଲାଣ ପଠାଯାଇଛି । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପାଇଁ ଅନେକ ସମୟରେ ଯୁବପୀଢି ବିପଦକୁ ବରଣ କରୁଛନ୍ତି । ଅନେକ ସମୟରେ ଜୀବନ ଚାଲିଯିବା ଭଳି ଖବର ମଧ୍ୟ ଆସୁଛି । ତଥାପି ଅନେକ ସଚେତନ ହେଉନାହାନ୍ତି । ଭିନ୍ନ ଢଙ୍ଗରେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ବାଲେଶ୍ୱର ଅଂଚଳର ଯୁବକ ତିନି ଜଣ ସେମିତି ଭିଡିଓ କରି ଜୋରିମାନା ଦେଇଛନ୍ତି ।