ମନ୍ତ୍ରୀଙ୍କ ସାମ୍ନାକୁ ଆସି ଇସ୍ତଫା ଦାବି କଲେ ଯୁବକ: ପଚାରିଲେ କେବେ ଇସ୍ତଫା ଦେବେ ମନ୍ତ୍ରୀ? ଏଡାଇ ଚାଲିଗଲେ ଦିବ୍ୟଶଙ୍କର

123

କନକ ବ୍ୟୁରୋ: ଭବାନୀପାଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜ ସୁରକ୍ଷା କର୍ମୀଙ୍କ ସହ ଚାଲି ଚାଲି ଯାଉଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ଘଟିଥିଲା । ଯୁବକ ଜଣକ ନମ୍ର ଭାବେ ସାମ୍ନାକୁ ଆସି ସିଧା ପ୍ରଶ୍ନ କରିଥିଲେ,- ଆପଣ ଇସ୍ତଫା ଦେବେ କି? ସମସ୍ତଙ୍କ ସାମ୍ନାରେ ଏଭଳି ପ୍ରଶ୍ନ ଦେଖି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅସହଜ ହୋଇପଡିଥିଲେ । ମନ୍ତ୍ରୀ ତାଙ୍କୁ କିଛି କହୁଥିବାରୁ ଦେଖାଯାଉଛି । କିନ୍ତୁ ସେହି ସେହି ଶବ୍ଦ ଠିକ ଭାବରେ ଶୁଣା ଯାଉନାହିଁ । ଏହାର ଉତରରେ ଯୁବକ ଜଣକ କହିଛନ୍ତି ନା ଫାଶୀ ନୁହେଁ ଆମକୁ ଇସ୍ତଫା ଦରକାର ।

ଯୁବକ ଜଣକ ଜଣେ ବିଜେପି କର୍ମୀ ବୋଲି ଜଣାପଡିଛି । ତାଙ୍କ ନାଁ ଦିବ୍ୟଜ୍ୟୋତି ମୁଣ୍ଡ । ଏହାପରେ ମନ୍ତ୍ରୀ ଏଡାଇ ଦେଇ ନିଜ କାର ଆଡକୁ ଚାଲିଯାଇଥିଲେ । ଆସନ୍ତା ୮ତାରିଖରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ମାର୍ଟ କାର୍ଡ ବଂଟନ ପାଇଁ କଳାହାଣ୍ଡି ଗସ୍ତ କରିବେ । ଏଥିପାଇଁ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପୂରା କାର୍ଯ୍ୟକ୍ରମର ସମୀକ୍ଷା ମଧ୍ୟ ନିଜେ କରୁଛନ୍ତି ।