ମହାମାରୀର ସବୁଠାରୁ ଭୟଙ୍କର ସପ୍ତାହ : ଲଗାତାର ଦ୍ୱିତୀୟ ଦିନରେ ୯୦ହଜାରରୁ ଅଧିକ ସଂକ୍ରମଣ

Advertisment
ଗବେଷକଙ୍କ ଚାଂଚଲ୍ୟକର ବୟାନ । କରୋନା ଲାଗି ୯ ବର୍ଷ ଯାଏଁ କମିଯିବ ଜୀବନ ଧାରଣା କ୍ଷମତା

କନକ ବ୍ୟୁରୋ : କରୋନା ମହାମାରୀର ସବୁଠାରୁ ଭୟଙ୍କର ସପ୍ତାହ ଥିଲା ଗତ ସପ୍ତାହ(ଅଗଷ୍ଟ ୩୧-ସେପ୍ଟେମ୍ବର ୬)। ଏହି ସପ୍ତାହରେ ଦେଶରେ ୫.୮ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ପୂର୍ବ ସପ୍ତାହ (ଅଗଷ୍ଟ ୨୪-୩୦) ତୁଳନାରେ ସଂକ୍ରମଣ ସଂଖ୍ୟା ଦୁଇ ଅଙ୍କବିଶିଷ୍ଟ ଅର୍ଥାତ୍ ୧୩ ପ୍ରତିଶତ ଅଧିକ ରହିଛି। ଦେଶରେ ପଜିଟିଭ୍‌ ହାର ଗତ ସପ୍ତାହରେ ୮.୨ ପ୍ରତିଶତ ଥିବାବେଳେ ଚଳିତ ସପ୍ତାହରେ ପୁଣି ଏହା ୧୨.୬ ପ୍ରତିଶତକୁ ବୃଦ୍ଧି ପାଇଛି।

ଗତ ସପ୍ତାହରେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୭ ହଜାରରୁ ଅଧିକ ରହିଛି। ଦେଶରେ ଏବେ ପ୍ରତିଦିନ ୧ ହଜାରରୁ ଅଧିକଙ୍କ ଲୋକଙ୍କର କରୋନାରେ ମୃତ୍ୟୁ ହେଉଛି। ସେପ୍ଟେମ୍ବର ୬ ତାରିଖରେ କରୋନା ସଂକ୍ରମଣ ସଂଖ୍ୟାରେ ଭାରତ ବ୍ରାଜିଲକୁ ଟପି ବିଶ୍ବରେ ଦ୍ବିତୀୟ ସର୍ବାଧିକ ପ୍ରଭାବିତ ରାଷ୍ଟ୍ରରେ ମଧ୍ୟ ପରିଣତ ହୋଇଛି। ଭାରତ ଉପରେ ଏବେ କେବଳ ଆମେରିକା ରହିଛି। ଦେଶରେ କରୋନା ସଂକ୍ରମଣ ମାମଲା ଗତକାଲି ୪୧ ଲକ୍ଷ ଟପିଥିବାବେଳେ ଆଜି ୪୨ ଲକ୍ଷ ଟପିଯାଇଛି। ଲଗାତାର ଦ୍ବିତୀୟ ଦିନ ପାଇଁ ଦେଶରେ ୯୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୯୦ ହଜାର ୮୦୨ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୧୦୧୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଆଜି ସୁଦ୍ଧା ମୋଟ୍‌ ସଂକ୍ରମଣ ମାମଲା ୪୨, ୦୪,୬୧୩ରେ ପହଞ୍ଚିଥିବାବେଳେ ୭୧ ହଜାର ୬୪୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ଅନ୍ୟପଟେ ଦେଶରେ ଆରୋଗ୍ୟ ହାର ୭୭.୩୦ ପ୍ରତିଶତକୁ ବୃଦ୍ଧି ପାଇଛି। ମୋଟ୍‌ ୩୨ ଲକ୍ଷ ୫୦ ହଜାର ୪୨୯ ଜଣ କରୋନାରୁ ସୁସ୍ଥ ହେବା ସହ ଆରୋଗ୍ୟ ହାର ୭୭.୩୦ ପ୍ରତିଶତରେ ପହଞ୍ଚିଛି। କୋଭିଡ୍‌ ମୃତ୍ୟୁହାର ପୁଣି ୧.୭୦ ପ୍ରତିଶତକୁ କମି ଆସିଛି। ମୋଟ୍‌ ୮ ଲକ୍ଷ ୮୨ ହଜାର ୫୪୨ ସକ୍ରିୟ ମାମଲା ରହିଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲାର ଏହା ୨୦.୯୯ ପ୍ରତିଶତ। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରେ ଲଗାତାର ଅଧିକ ମାତ୍ରାରେ ସଂକ୍ରମଣ ବଢ଼ୁଛି। ଗତ ୨୪ ଘଣ୍ଟା‌ ଭିତରେ ଏହି ୫ଟି ରାଜ୍ୟରୁ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe