କନକ ବ୍ୟୁରୋ: ଧବଳେଶ୍ୱର ପୀଠରେ ବଡ଼ଓଷା ପୂର୍ବରୁ ବଡ଼ ବିଭ୍ରାଟ । ଦର୍ଶନ ବ୍ୟବସ୍ଥାକୁ ନେଇ ବିବାଦ ଦେଖାଦେଇଛି । ଭିଡ଼କୁ ନଜରରେ ରଖି ପୀଠରେ ଲଗାଯାଇଥିବା ବ୍ୟାରିକେଡ ଯୋଗୁ ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବା ପୂଜକ ଅଭିଯୋଗ କରିଛନ୍ତି । ବ୍ୟାରିକେଡ ଯୋଗୁଁ ଶ୍ରଦ୍ଧାଳୁଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହେବାକୁ ପଡୁଥିବା ପୂଜକ ଅଭିଯୋଗ କରିଛନ୍ତି ।

Advertisment
  • ବଡ ଓଷା ପୂର୍ବରୁ ବଡ ବିବାଦ
  • ପ୍ରଶାସନ, ପୂଜକ ମୁହାଁମୁହିଁ

ଦିନକ ପରେ ବଡଓଷା । ଏଥିପାଇଁ ଧବଳେଶ୍ୱରଙ୍କ ପୀଠରେ ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ । କାଲି ଭିଡ ଆହୁରି ବଢ଼ିବ ବୋଲି କୁହାଯାଉଛି । କିନ୍ତୁ ବଡ ଓଷା ପୂର୍ବରୁ ଦର୍ଶନ ବ୍ୟବସ୍ଥାକୁ ନେଇ ବିବାଦ ସୃଷ୍ଟି ହୋଇଛି । ପୀଠରେ ଲଗାଯାଇଥିବା ବ୍ୟାରିକେଡ ଯୋଗୁ ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବା ପୂଜକ ଅଭିଯୋଗ କରିଛନ୍ତି । ବ୍ୟାରିକେଡ ଯୋଗୁଁ ଶ୍ରଦ୍ଧାଳୁଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡିରେ ହେବାକୁ ପଡୁଥିବା ପୂଜକ ଅଭିଯୋଗ କରିଛନ୍ତି ।

ଧବଳେଶ୍ୱର ପୀଠରେ, ବ୍ୟବସ୍ଥାକୁ ନେଇ ଶ୍ରଦ୍ଧାଳୁମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଶାସନ ଓ ପୂଜକଙ୍କ ବିବାଦ ଯୋଗୁଁ ଭକ୍ତମାନେ ପୂଜାର୍ଚ୍ଚନା କରିପାରିନଥିବାରୁ ଅସନ୍ତୋଷ ପ୍ରକାଶ କରଛନ୍ତି ।

ତେବେ ବିବାଦ ପରେ ପୂଜକଙ୍କୁ ବୁଝାଇବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପୂଜକଙ୍କ ସହ ଆଲୋଚନା କରିଛନ୍ତି । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି କରାଯିବ ଗଜଭୋଗ ଓ ତରଣ । ବଡ଼ ଓଷା ତଥା କାର୍ତିିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇ ବ୍ରତ ଉଦଯାପନ କରିବେ । ଏଥିପାଇଁ କାଲିଠାରୁ ଭିଡ ବଢ଼ିବ । ତେଣୁ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ପୋଲିସ , ନଦୀ ଘାଟରେ ଓଡ୍ରାଫ , ଅଗ୍ନିଶମ ବାହିନୀ , ମେଡିକାଲ ଟିମ ମୁତୟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।