କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳରେ ରାଜନୀତି ସରଗରମ ହୋଇଛି । ବିଭିନ୍ନ ପଂଚାୟତରେ ପ୍ରାର୍ଥୀମାନେ ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ବିଭିନ୍ନ ପନ୍ଥା ଅପଣାଉଛନ୍ତି । ପୁରୀ ଜିଲ୍ଲା ଗୋପ ବ୍ଲକ ନୂଆଖୋଲମରା ପଂଚାୟତରୁ ଆସିଛି ନିଆରା ଚିତ୍ର । ସରପଂଚ ପ୍ରାର୍ଥୀ ଭାବେ ମନ୍ଦିର ପୂଜକ ନିର୍ବାଚନ ଲଢୁଥିବାରୁ ଗାଁରେ ମିଳୁଛି ବିପୁଳ ସମର୍ଥନ ।
ସରପଂଚ ପ୍ରାର୍ଥୀ ଭାବେ ପୁରୋହିତ ଯଶବନ୍ତ ନାରାୟଣ ମିଶ୍ର ନିର୍ବାଚନ ଲଢୁଛନ୍ତି । ପୂଜକଙ୍କ ପାଦ ଧୋଇ ଲୋକେ ମୁଣ୍ଡିଆ ମାରୁଥିବା ବେଳେ ଫୁଲ ଚନ୍ଦନ ଦେଇ ଲୋକେ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି । ସୁଯୋଗ ମିଳିଲେ ଠାକୁରଙ୍କ ସେବା କରିବା ସହ ଜନସାଧାରଣଙ୍କ ସେବା କରିବେ ବୋଲି କହିଛନ୍ତି ପୂଜକ ।
ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଛି ଗାଁ ରାଜନୀତି । ପ୍ରାର୍ଥୀମାନେ ଏବେ ପ୍ରଚାର କରିବା ଆରମ୍ଭ କରିସାରିଲେଣି । କୋଭିଡ କଟକଣା ଭିତରେ ଘରକୁ ଘର ଯାଇ ପ୍ରଚାର କରୁଛନ୍ତି । ଆଉ ବିଜୟୀ ହେବା ପାଇଁ ନିଜ ନିଜ ରଣନୀତି ଆପଣାଉଛନ୍ତି ବିଭିନ୍ନ ରାଜନୈତିକ ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/43-5.jpg)