୧୫ ଲକ୍ଷ ଟଙ୍କାରେ ବିକ୍ରିହେଲା ଛେଳି । ଜାଣନ୍ତୁ, କାହିଁକି ଏତେ ଟଙ୍କା ଦେଇ ଛେଳିକୁ କିଣିଲେ ବ୍ୟକ୍ତି

457

କନକ ବ୍ୟୁରୋ : ବକରିତ୍ ପର୍ବ ସମୟରେ ଲକ୍ଷ ଲକ୍ଷ ଟଙ୍କାରେ ଛିଳି ବିକ୍ରି ହେଉଥିବା ଖବର ପୂର୍ବରୁ ପଢିଥିବେ ବା ଶୁଣିଥିବେ । କିନ୍ତୁ କେବେ ଶୁଣିଛନ୍ତି ଗୋଟିଏ ଛେଳିହ ମୂଲ୍ୟ ୧୫ ଲକ୍ଷ ୬୦ ହଜାର ଟଙ୍କା କଥା । ଅଷ୍ଟ୍ରେଲିୟାରେ ଗୋଟିଏ ଛେଳି ବିକ୍ରି ହୋଇଛି ୨୧ହଜାର ଡଲାର, ଭାରତୀୟ ମୁଦ୍ରାରେ ୧୫ ଲକ୍ଷ ୬୦ ହଜାର ଟଙ୍କାରେ

ଗତ ବୁଧବାର ଦିନ ନ୍ୟୁ ସାଉଥ୍ ୱେଲ୍ସରେ ଛେଳି ନିଲାମୀ ରଖାଯାଇଥିଲା । ଏହି ନିଲାମୀରେ ପାଖାପାଖି ୧୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ଛେଳି । ଏହା ପୂର୍ବରୁ ଗତମାସରେ ବି ଏକ ନିଲାମୀ ହୋଇଥିଲା, ଗତମାସରେ ୧୨ ହଜାର ଡଲାରରେ ବିକ୍ରି ହୋଇଥିଲା ଗୋଟିଏ ଛେଳି । ଚଳିତ ମାସ ଏହି ନିଲାମୀରେ ୧୭ଟି ଛେଳି ଆସିଥିଲେ । ସେଥିମଧ୍ୟରୁ ସବୁଠୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛି ଏହି ଛେଳି । ଏହି ଛେଳିର ପ୍ରଜାତିକୁ ମାରାକେଶ ବୋଲି କୁହାଯାଏ । ତେବେ ଛେଳିଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଛେଳିର ସ୍ୱାସ୍ଥ ଅତି ସୁନ୍ଦର ଥିବାରୁ ଏହି ଛେଳିକୁ ସେ କିଣିଛନ୍ତି ।